ଶୂନରେ ଆଉଟ ହୋଇ ବି କୀର୍ତ୍ତିମାନ ହାସଲ କଲେ କୋହଲି

0 82

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ । କିନ୍ତୁ ଆଜି ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ମାତ୍ର ୫ଟି ବଲ୍‌ ଖେଳି ସେ ଶୂନରେ ଆଉଟ ହୋଇଛନ୍ତି । ତେବେ ଶୂନରେ ଆଉଟ ହୋଇ ବି ସେ ନିଜ ନାମରେ ଅର୍ଜନ କରିଛନ୍ତି ଏକ ରେକଡର଼୍ ।
କୋହଲି ୧୪ଥର ଦିନିକିଆ କ୍ରିକେଟରେ ଖାତା ଖୋଲିପାରି ନାହାନ୍ତି । କୋହଲି ମଧ୍ୟ ପ୍ରଥମଥର ଦିନିକିଆରେ ସ୍ପିନରଙ୍କ ଦ୍ୱାରା ଶୂନରେ ଶିକାର ହୋଇଛନ୍ତି । ଏଥିସହ ସେ ପୂର୍ବତନ କ୍ରିକେଟର୍‌ ତଥା ବର୍ତ୍ତମାନର କୋଚ୍‌ ରାହୁଲ୍‌ ଦ୍ରାବିଡଙ୍କୁ ପଛରେ ପକାଇ ଦେଇଛନ୍ତି । ଦ୍ରାବିଡ୍‌ ୧୩ଥର ଶୂନରେ ଆଉଟ୍‌ ହୋଇଥିଲେ । ଗତ ଦୁଇବର୍ଷ ଧରି କୋହଲିଙ୍କ ବ୍ୟାଟରୁ ଗୋଟିଏ ବି ଶତକ ବାହାରିନାହିଁ । ଏହାରି ଭିତରେ କୋହଲି ୬୪ ଇନିଂସ ଖେଳିସାରିଥିଲେ ହେଁ ଶତକ ମାରିବାରେ ସଫଳ ହୋଇନାହାନ୍ତି । ସେହିପରି ଏହି ସମୟ ମଧ୍ୟରେ କୋହଲି ୭ଥର ଶୂନରେ ଆଉଟ୍‌ ହୋଇଛନ୍ତି । ଭାରତୀୟ କ୍ରିକେଟରଭାବେ ଶୂନରେ ଆଉଟ୍‌ ହେବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ମଧ୍ୟ ରହିଛି । ସଚିନ୍‌ ସର୍ବାଧିକ ୨୦ଥର ଶୂନରେ ଆଉଟ୍‌ ହୋଇଛନ୍ତି । ସଚିନଙ୍କ ପରେ ଜଭାଗଲ୍‌ ଶ୍ରୀନାଥ (୧୯), ଅନୀଲ କୁମ୍ବଲେ (୧୮), ଯୁବରାଜ ସିଂହ (୧୮), ହରଭଜନ ସିଂହ (୧୭), ସୌରଭ ଗାଙ୍ଗୁଲି (୧୬), ଜାହିର୍‌ ଖାନ୍‌ (୧୪), ବିରାଟ୍‌ କୋହଲି (୧୪), ସୁରେଶ ରାଇନା (୧୪), ବୀରେନ୍ଦ୍ର ସେହ୍ୱାଗ (୧୪), ରାହୁଲ୍‌ ଦ୍ରାବିଡ୍‌ (୧୩) ଓ କପିଲ୍‌ ଦେବ (୧୩) ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବାର ରେକଡର଼୍ ରହିଛି ।

hiranchal ad1
Leave A Reply

Your email address will not be published.

10 + nineteen =