ଷଷ୍ଠ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

0 80

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଷଷ୍ଠ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଆୟୋଜିତ କରାଯାଇଥିଲା ।ଏହି ବୈଠକଟି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଅନଲାଇନ ମାଧ୍ୟମରେ ଆୟୋଜିତ କରାଯାଇଥିଲା । ଏହି ବୈଠକଟିରେ ଓୟୁଏଟିର କୃଷି ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ମୁଖ୍ୟ ପ୍ରଫେସର ପେସନ୍ନବିତ ମିଶ୍ର, ଜୋଇଣ୍ଟ ଡ଼ାଇରେକ୍ଟର ପ୍ରଫେସର ସଂଗ୍ରାମ ଶିହ ଏବଂ ଆଇସିଏଆର-ସିଏଚ୍‌ଇଏସ୍‌, ଭୁବନେଶ୍ୱର, ଡ଼ାଇରେକ୍ଟର ଡଃ ଗୋବିନ୍ଦ ଆଚାର୍ଯ୍ୟ ଓ ଆଇସିଏଆର-ଏଟିଏଆରଆଇ କଲିକତାର ପ୍ରମୁଖ ବୈଜ୍ଞାନିକ ଡଃ ଏଫ ରେହେମାନ ଯୋଗଦାନ ଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।ଏହା ବ୍ୟତୀତ ଓଡ଼ିଶାର ଅନ୍ୟାନ୍ୟ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଏବଂ ଜିଲ୍ଲାର କୃଷି ବିଭାଗ ତରଫରୁ ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟ ଉଦ୍ୟାନ ଅଧିକାରୀ, ମୁଖ୍ୟ ପଶୁ ପାଳକ ଅଧିକାରୀ, ଫରେଷ୍ଟ ରେଞ୍ଜର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହା ସହିତ ଶୁସ୍ମାଞ୍ଚଳ ଗବେଷଣାଗାର ମୁଖ୍ୟ ଓ ଆରଆରଟିଟିଏସ ମୁଖ୍ୟ ଏ.ଡି.ଆର ଆଦି ମଧ୍ୟ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ କୃଷି କାର୍ଯ୍ୟକୁ କିପରି ଅଧିକ ଲାଭବାନ କରିପାରିବା ସେ ବିଷୟରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେବିକେର ବିଗତ ଓ ଚଳିତ ବର୍ଷର କାର୍ଯ୍ୟ ପନ୍ଥାକୁ ନିରୀକ୍ଷଣ କରାଯାଇଥିଲା । ଏହା ସହିତ ଆଗାମୀ ବର୍ଷର କାର୍ଯ୍ୟ ପନ୍ଥାକୁ ନିର୍ଦ୍ଧାରିତ କରିବାରେ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ କୃଷି ଓ କୃଷି ଆନୁସଙ୍ଗିକ ଗବେଷଣା ବିଷୟରେ ଆଲୋଚନା କରାଯାଇଥିଲା ଏବଂ କନ୍ଧମାଳ ଜିଲ୍ଲା ପାଇଁ ଉପଯୁକ୍ତ ଥିବା କୌଶଳକୁ ପରକ୍ଷଣ ଓ ପରିଦର୍ଶନରେ ରଖାଗଲା । ଏହି ବୈଠକରେ ଜଳ ବିଭାଗୀୟ ମୁଖ୍ୟ ଆରଆରଟିଟିଏସର ଅନ୍ୟ ବୈଜ୍ଞାନିକଗଣ,ବ୍ଲକ ଭେଟେନାରୀ ଅଫିସର ଆଦି ଯୋଗ ଦେଇଥିଲେ । ଏହି ଜିଲ୍ଲାର କିଛି ଅଗ୍ରଣୀ ଚାଷୀ ମଧ୍ୟ କାର୍ଯ୍ୟକ୍ରମକୁ ଆସି କୃଷି ବିଜ୍ଞାନ କେନ୍ଦ୍ର ସହିତ ଥିବା ସେମାନଙ୍କ ଅନୁଭବକୁ ସମସ୍ତଙ୍କ ସହିତ ପ୍ରକାଶ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ସମସ୍ତ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ କର୍ମଚାରୀଗଣ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =