ଭୟଙ୍କର ମୃତ୍ୟୁ : ବରଫ ପାଲଟିଗଲେ ୪ ଭାରତୀୟ

0 131

ଟରେଣ୍ଟୋ : ମୃତ୍ୟୁ କାହା ପାଖକୁ କେମିତି ଆସେ । କିଏ ଝୁଣ୍ଟିକି ଚାଳିଯାଉଛି ତ ଆଉ କିଏ ବସିଥିବା ଅବସ୍ଥାରେ ପ୍ରାଣ ହରାଉଛି । ତେବେ କେହି କେହି ଅତି ଭୟଙ୍କର ମୃତ୍ୟୁର ସାମ୍ନା କରିଥାନ୍ତି । ଅର୍ଥାତ ସେମାନଙ୍କ ମୃତ୍ୟୁ ଅତି ଭୟାନକ ହୋଇଥାଏ । ସେହିଭଳି ମୃତ୍ୟୁର ଶିକାର ହୋଇଛନ୍ତି ଏକ ଭାରତୀୟ ପରିବାର । ଘଟଣାଟି ଆମେରିକା-କାନାଡା ସୀମାରେ ଘଟିଛି । ପ୍ରବଳ ଥଣ୍ଡା ଓ ପବନ ଯୋଗୁ ସମସ୍ତେ ବରଫ ପାଲଟି ଯାଇଛନ୍ତି । ଏହି କାରଣରୁ ସେମାନଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ମଧ୍ୟ ଅଛନ୍ତି । ଆମେରିକା ଓ କାନାଡା ସୀମାରେ ବେଆଇନ ମାନବ ଚାଲାଣ ଚାଲିଥିବା ବେଳେ ଏପରି ଘଟଣା ଘଟିଛି । ମାନିଟୋବା ରୟାଲ କାନାଡିୟାନ ମାଉଣ୍ଟେଡ ପୁଲିସ (ଆରସିଏମପି) କହିଛି ଯେ ବୁଧବାର ଏମର୍ସନ ନିକଟ କାନାଡା-ଆମେରିକା ସୀମାର କାନାଡା ପାର୍ଶ୍ୱରେ ୪ ଜଣଙ୍କ ମୃତଦେହ ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ଜଣେ ନାବାଳକ ଓ ଆଉ ଜଣେ ନବଜାତ । ସମସ୍ତେ ଭାରତୀୟ । ସେମାନେ ସମ୍ଭବତଃ କାନାଡାରୁ ସୀମା ଡେଇଁ ଆମେରିକାରେ ପ୍ରବେଶ ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ସେମାନଙ୍କର ଜୀବନ ଯାଇଥିବା ଆଶଙ୍କା କରାଯାଉଛି । ସମସ୍ତେ ତୁଷାରପାତ ଯୋଗୁ ପୂରା ଜଡ ପାଲଟି ଯାଇଥିଲେ ।

hiranchal ad1
Leave A Reply

Your email address will not be published.

three × 3 =