ଛାତରୁ ପଡ଼ି ଶିକ୍ଷକଙ୍କ ମୃତ୍ୟୁ

0 448

ରାଇକିଆ : ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ରାମଚନ୍ଦ୍ର ଗନ୍ତାୟତ ସୋମବାର ଦିନ ସକାଳ ପ୍ରାୟ ୮ ଟା ସମୟରେ ନିଜ ଘରର ଦୁଇ ମହାଲା ଛାତ ଉପରେ ଗଛରେ ପାଣି ଦେବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ମହଲା ଉପରୁ ଭାରସାମ୍ୟ ହରାଇ ପାଖରେ ଥିବା ଆଉ ଗୋଟିଏ ଘରର ଛାତ ଉପରେ ଖସି ପଡ଼ିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷକ ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତ୍ୟୁବେଳକୁ ଶିକ୍ଷକ ଶ୍ରୀ ଗନ୍ତାୟତଙ୍କୁ ୫୭ବର୍ଷ ହୋଇଥିଲା । ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିବାରୁ ତାଙ୍କର ଦେହାନ୍ତରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

eight + four =