ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀ ମାନଙ୍କର ଧାନ ଉତ୍ପାଦନ ହୋଇ ଏକ ମାସ ହୋଇଗଲା ପରେ ମଧ୍ୟ ଚାଷୀଙ୍କ ଧାନ ମଣ୍ଡିରୁ କିଣା ନ ଯାଇଥିବାରୁ ଚାଷୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀଙ୍କୁ ମଣ୍ଡିକୁ ଟାର୍ଗେଟ ନ ଆସିବାରୁ ଧାନ ବିକ୍ରି ହେଉନଥିବା ଦେଖିବାକୁ ମିଳିଛି । ଯେଉଁ ଚାଷୀ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମଣ୍ଡିରୁ ଧାନ ବିକିବା ପାଇଁ ସିଧାସଳଖ ମିଲର ନିକଟକୁ ଟୋକେନ୍ ଧରି ପଠା ଯାଉଛି । ଚାଷୀ ଧାନ ସାମ୍ପୁଲ ଧରି ମିଲର ନିକଟକୁ ଗଲା ପରେ ଚାଷୀର ଧାନ ଚୟନ ହେଉଛି ।
ଚାଷୀଙ୍କୁ ମିଲର ଧାନ ଆଣିବା ସକାଶେ ତାରିଖ ଧାର୍ଯ୍ୟ କଲା ପରେ ଚାଷୀ ଧାନ ଧରି ମିଲକୁ ଧାନ ବସ୍ତା ପିଛା ୪ କେଜିରୁ ଦଶ କେଜି ପର୍ଯ୍ୟନ୍ତ ଭଲ ଧାନ ନାହିଁ କହି ଚାଷୀର ଧାନ କାଟି ଦେଉଛନ୍ତି । ଯଦି ଚାଷୀ ଅମଙ୍ଗ ହୁଏ ତେବେ ଚାଷୀର ଧାନ ଫେରେଇ ଦିଆଯାଉଛି ।ଯାହା ଫଳରେ ଚାଷୀ ନିରୁପାୟ ହୋଇ ମିଲର କୁ ବସ୍ତା ପିଛା ୪ କେଜି ରୁ ୧୦ କେଜି ପର୍ଯ୍ୟନ୍ତ ଦେବାକୁ ବାଧ୍ୟ ହେଉଛନ୍ତି । ଏହି ବିଷୟରେ ବିଭାଗର ସହକାରୀ ଯୋଗାଣ ଅଧିକାରୀ ମାନସ ରଞ୍ଜନ ପାତ୍ର ଚାଷୀଙ୍କୁ କହିଛନ୍ତି ଅତିଶୀଘ୍ର ଚାଷୀଙ୍କ ଧାନ ଦିନେ ଦୁଇ ଦିନ ଭିତରେ କିଣାଯିବ । ଚାଷୀ ମଣ୍ଡିକୁ ଶୁଖିଲା ସଫା ଏଫ୍ଏକ୍ୟୁ ମାନର ଧାନ ଆଣନ୍ତୁ ସରକାର ଙ୍କ ଧାର୍ଯ୍ୟ ମୂଲ୍ୟ ପାଆନ୍ତୁ । ମିଲର ଚାଷୀଙ୍କୁ ହଇରାଣ ହରକତ କଲେ ଯୋଗାଣ ବିଭାଗ ସହ ଯୋଗାଯୋଗ କରନ୍ତୁ । ଚାଷୀ ମିଲର ସଲା ସୁତୁରା ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ । ଠିକ ଧାନ ନିଅନ୍ତୁ ମିଲର ଯଦି ଚାଷୀଙ୍କୁ ହଇରାଣ ହରକତ କରନ୍ତି , ମିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାଷୀଙ୍କୁ ପ୍ରତିଶୃତି ଦେଲା ପରେ ଚାଷୀ ଧାରଣାରୁ ଓହରିଥିବା ଦେଖିବାକୁ ମିଳିଛି ।