ବନବିଭାଗ ତରଫରୁ ଅଗ୍ନି ନିରୋଧ, ସଚେତନତା ବୈଠକ

0 120

ଦଶପଲ୍ଲା : ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ୍‌ ମଲ୍ଲିକଙ୍କ ଉଦ୍ୟମ କ୍ରମେ ଆଜି ଅପରାହ୍ନ ୪ ଘଟିକା ସମୟରେ ଦଶପଲ୍ଲାର ଜଂଗଲ ସୁରକ୍ଷାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଆଦିବାସୀ ଗ୍ରାମ ମୁଣ୍ଡୁଳୀର ଗ୍ରାମବାସୀଙ୍କୁ ନେଇ ଜଂଗଲ ସୁରକ୍ଷା ଓ ଜଂଗଲ ଅଗ୍ନି ନିବାରଣ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଟାକରା ସେକ୍ସନ ବନପାଳ ବିଜୟ କୁମାର ପ୍ରଧାନ, ବନରକ୍ଷୀ ଅନବିନାଶ୍‌ ସେନାପତି ଓ ନିର୍ମାଣ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ରବିଭାଇ , ଯୋଗଦେଇ ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷାର ଉପକାରିତା ଓ ଜଂଗଲରେ ନିଆଁ ଲାଗିବା ଦ୍ୱାରା ମାନବ ସମାଜର କ’ଣ କ୍ଷତି ହୁଏ ଏବଂ ପରିବେଶ ଉପରେ ଏହାର କି କୁପ୍ରଭାବ ପଡେ ସେ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଏହି ବୈଠକରେ ଗ୍ରାମର ଅଗ୍ରଣୀ ଜଂଗଲ ସୁରକ୍ଷା କର୍ମୀ ପ୍ରଶନ୍ନ କୁମାର ଜାନୀ, ନିରାକାର ଜାନୀ,ଶିବ ନାରାୟଣ ଜାନୀଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × one =