ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ସାଗର ସତ୍ୟାଗ୍ରହ

0 58

ପୁରୀ : ଶ୍ରୀମନ୍ଦିର ଭକ୍ତଙ୍କ ଖୋଲିବାକୁ ପୁଣି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀରେ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରାଯିବା ସହ ସାଗର ସତ୍ୟାଗ୍ରହ କରାଯାଇଛି । ଶ୍ରୀଜଗନ୍ନାଥ ସେନା ର କର୍ମକର୍ତା , ବେଳାଭୂମିର ଉଠା ଦୋକାନୀମାନେ ଚକ୍ରତୀର୍ଥ ରୋଡ଼ ବେଳାଭୂମି ରେ ସମୁଦ୍ର ଭିତରେ ପଶି ଫ୍ଲେକ୍ସ ଧରି ଶ୍ରୀମନ୍ଦିର ଖୋଲିବା ଦାବି କରିଛନ୍ତି । ଶ୍ରୀଜଗନ୍ନାଥ ସେନା କହିଛି ପୁରୀର ଅର୍ଥନୀତି ଓ ଜୀବିକା ସମ୍ପୂର୍ଣ୍ଣ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ନିର୍ଭର କରେ । ଭକ୍ତ ଯାତ୍ରୀ ମାନେ ଶ୍ରୀମନ୍ଦିର ଆସିଲେ ପୁରୀ ଉଠା ଦୋକାନୀ, ରିକ୍ସା ଚାଳକ, ଅଟୋ, ଟ୍ୟାକ୍ସି ଚାଳକ, ହୋଟେଲ, ଲଜିଂ, ସେବାୟତ ଓ ବିଭିନ୍ନ ବ୍ୟବସାୟୀ ଭକ୍ତ, ଯାତ୍ରୀଙ୍କୁ ବିଭିନ୍ନ ଜିନିଷ ବିକ୍ରି ବଟା କରି, ନେବା ଆଣିବା କରି ଦୁଇ ପଇସା ରୋଜଗାର କରି ନିଜର ଘର ପ୍ରତିପୋଷଣ କରିବା ସହ ନିଜର କର୍ମଚାରୀଙ୍କୁ ଦରମା ଦେଇଥାନ୍ତି । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା, ଲକ ଡାଉନ ହେତୁ ଅନେକ ସମୟ ଧରି ଶ୍ରୀମନ୍ଦିର ବନ୍ଦ ହୋଇଥିବାରୁ ଅନେକ ବ୍ୟକ୍ତି ନିଜର ଜୀବିକା, ରୋଜଗାର ହରେଇ ଅତି ଦୟନୀୟ ଭାବେ ଚଳୁଛନ୍ତି । ଏତିକି ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମୋଦନ, ଗଜପତି ମହାରାଜାଙ୍କ ବିନା ପରାମର୍ଶ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୋଭିଡ ସଂକ୍ରମଣ ବୃଦ୍ଧି ଆଳରେ ଯେଭଳି ପୁଣି ଶ୍ରୀମନ୍ଦିର ବନ୍ଦ କରାଯାଇଛି । ଏଥିପାଇଁ ଅନେକ ଲୋକଙ୍କ ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛ଼ି । ରାଜ୍ୟ ସରକାର କୋଭିଡ କଟକଣା ମାଧ୍ୟମରେ ପଂଚାୟତ ନିର୍ବାଚନ କରୁଥିବା ବେଳେ ଦୋକାନ ବଜାର ମଧ୍ୟ ସବୁ ଖୋଲା ରହିଛି । ତେବେ ସବୁ କିଛି ଖୋଲାମେଲା ଥିବା ବେଳେ ଶ୍ରୀମନ୍ଦିର ଖୋଲିଲେ କଣ ଖାଲି କୋଭିଡ ସଂକ୍ରମଣ ବ୍ୟାପିବ ବୋଲି ଶ୍ରୀଜଗନ୍ନାଥ ସେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସରକାରଙ୍କୁ ପ୍ରଶ୍ନ କରିଛି । ତୁରନ୍ତ ପୁରୀ ଲୋକଙ୍କ ଜୀବନ ଜୀବିକାକୁ ଦେଖି ଭକ୍ତଙ୍କ ପାଇଁ ସରକାର ଶ୍ରୀମନ୍ଦିର ନ ଖୋଲିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

one × 2 =