କଣ୍ଟିଲୋ କେନ୍ଦୁପଲ୍ଲୀରେ ରାମକୃଷ୍ଣ ସେବାଶ୍ରମର ଶୀତକାଳୀନ ରିଲିଫ୍‌ ସେବା

0 38

ଦଶପଲ୍ଲା : ଶ୍ରୀରାମକୃଷ୍ଣ ସେବାଶ୍ରମ ଟିକାତାଳ ଆନୁକୂଲ୍ୟରେ ଚତୁର୍ଥ ଶୀତକାଳୀନ ରିଲିଫ୍‌ ସେବା ଖଣ୍ଡପଡା ବ୍ଲକ୍‌ କଣ୍ଟିଲୋ ନିକଟସ୍ଥ କେନ୍ଦୁପଲ୍ଲୀ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ସହସଂପାଦକ ସର୍ବେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ୧୦୦ ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ।
ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରାଧ୍ୟାପକ ନକୁଳ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ମା’ସାରଦା ସେବାଶ୍ରମର ସଂପାଦିକା ବ୍ରଜଶ୍ରୀ ସାହୁ, ଡାକ୍ତର ନିର୍ମଳ ଚନ୍ଦ୍ର ପଟ୍ଟନାୟକ, ନଳିନୀ ସାହୁ, ପଦ୍ମଚରଣ ବିଶ୍ୱାଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ରାଜକିଶୋର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଶ୍ରମର ପ୍ରମୁଖ ସେବାକାର୍ଯ୍ୟ ମଧ୍ୟରେ ମାସିକ ହୋମିଓପାଥିକ୍‌ ମେଡିକାଲ୍‌ କ୍ୟାମ୍ପ୍‌, ପ୍ରାକୃତିକ ବିପର୍ଯ୍ୟୟ ରିଲିଫ୍‌ ସେବା, କରୋନା ସଚେତନତା, ଗରିବ ଅସହାୟ ରୋଗୀ, ମେଧାବୀ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ, ଶ୍ରୀରାମକୃଷ୍ଣ ପରମହଂସ ଓ ଶ୍ରୀଜଗନ୍ନାଥଙ୍କ ଭାବଧାରାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସର୍ବଧର୍ମ ସମନ୍ୱୟ ବାର୍ତ୍ତା ପ୍ରଚାର ଓ ସ୍ୱାମୀ ବିବେକାନନ୍ଦଙ୍କ ଭାବଧାରାକୁ ପାଥେୟକରି ଛାତ୍ରଛାତ୍ରୀ ଓ ଯୁବପୀଢିକୁ ଚରିତ୍ର ନିର୍ମାଣ ସହିତ ରାଷ୍ଟ୍ରଗଠନ କାର୍ଯ୍ୟରେ ଉଦବୁଦ୍ଧ କରିବା ନିମନ୍ତେ ଆଶ୍ରମର ପ୍ରତିଷ୍ଠାତା-ସଂପାଦକ ସ୍ୱାମୀ ଭାଗବତାନନ୍ଦ ପୁରୀଙ୍କ ମାର୍ଗଦର୍ଶନରେ ସଂପାଦିତ ହେଉଛି । ଏଥି ନିମନ୍ତେ ସଭ୍ୟସଭ୍ୟାମାନଙ୍କ ଦାନଶୀଳତା, ରାମକୃଷ୍ଣ ମିଶନ୍‌ ଓ ମଇନା ସେବା ଫାଉଣ୍ଡେସନ୍‌, କଲିକତାର ସହଯୋଗକୁ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × 5 =