“ମୁଁ ବିଲକୁଲ କ୍ରିକେଟ ଖେଳିବାକୁ ଚାହୁଁ ନଥିଲି’

0 66

ନୂଆଦିଲ୍ଲୀ : “ମୁଁ କ୍ରିକେଟ ଖେଳିବାକୁ ଚାହୁୁଁ ନଥିଲି । ମୋର ବିଲକୁଲ ଇଚ୍ଛା ନଥିଲା । ଅବଶ୍ୟ ଏହା ଏକ ନିର୍ଦ୍ଦିଷ୍ଟ ସମୟର କଥା’ । ଏକଥା ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ଅନ୍ୟତମ ଷ୍ଟାର କ୍ରିକେଟର ମିଚେଲ ଷ୍ଟାର୍କ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ବହୁ ଦିନ ତଳର କଥା ମନେ ପଡ଼ୁଛି । ଏକ ନିର୍ଦ୍ଦିଷ୍ଟ ସମୟରେ କ୍ରିକେଟ ଉପରୁ ମୋର ମୋହ ତଥା ଆକର୍ଷଣ ପୂରାପୂରି ଉଠିଯାଇଥିଲା । ମୁଁ ଆଦୌ ଖେଳିବାକୁ ଚାହୁ ନଥିଲି । କାହିଁକି କେଜାଣି,ମୋର ବୀତସ୍ପୃହା ଆସିଯାଇଥିଲା । ସେହି ସମୟରେ ମୁଁ ଆଦୌ ଠିକରେ ଖେଳୁ ନଥିଲି । ମୋର ଖେଳ ଉପରେ ଧ୍ୟାନ ରହୁନଥିଲା । ଏପରିକି କ୍ରିକେଟ ସବୁଦିନ ପାଇଁ ଛାଡ଼ିଦେବାର ଚିନ୍ତା ମନକୁ ଆସିଥିଲା ବୋଲି ସେ କହିଛନ୍ତି । ସେହି ସମୟରେ ଷ୍ଟାର୍କ ଠିକରେ ବୋଳିଂ କରିପାରୁ ନଥିଲେ । ବହୁତ ରନ ଖାଉଥିଲେ,କିନ୍ତୁ ଦେଶ ପାଇଁ ୱିକେଟ ନେଇପାରୁ ନଥିଲେ । ଏଥିପାଇଁ ତାଙ୍କୁ ଭୀଷଣ ସମାଲୋଚନା ଓ ଭର୍ତ୍ସନାର ଶିକାର ହେବାକୁ ପଡ଼ୁଥିଲା । ୨୦୨୦-୨୧ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କର ବୋଲିଂ ପ୍ରଦର୍ଶନ ବହୁତ ଖରାପ ଥଲା । ଗତବର୍ଷଟି ମୋ ପାଇଁ ବହୁତ କଠିନ ଥିଲା ବୋଲି ସେ ନିଜେ ସ୍ୱୀକାର କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 19 =