ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

0 55

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ମୃତ ବ୍ୟକ୍ତିଙ୍କ ଶବଦାହ କଟକଣା ହଟାଇଛି ପୁରୀ ଜିଲ୍ଲା ପ୍ରଶାସନ । ତେବେ ସ୍ୱର୍ଗ ଦ୍ୱାର ଆସୁଥିବା ମୃତ ବ୍ୟକ୍ତିଙ୍କ ପରିଜନମାନେ କୋଭିଡ ଗାଇଡ଼ ପାଳନ କରିବାକୁ ପୁରୀ ଜିଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ଅପିଲ କରିଛନ୍ତି । ସେହିପରି କେବଳ କୋଭିଡରେ ମୃତ୍ୟୁ ବରଣ କରିନଥିବା ମୃତ ବ୍ୟକ୍ତିଙ୍କ ଶବ ଆଣିବାକୁ ଜିଲାପାଳ କହିଛନ୍ତି । କୋଭିଡରେ ମୃତ୍ୟୁବରଣ କରିନଥିବା ନେଇ ଆବଶ୍ୟକ ପ୍ରମାଣପତ୍ର ସାଙ୍ଗରେ ଆଣି ସ୍ୱର୍ଗଦ୍ୱାର ଆସିବାକୁ ଜିଲାପାଳ କହିଛନ୍ତି ।
ତେବେ ନୂଆ ଏସ୍‌ଓପି ଅନୁଯାୟୀ ମୃତ ବ୍ୟକ୍ତି ଅନ୍ତିମ ସଂସ୍କାର ପାଇଁ କେବଳ ୧୦ ଜଣ ଉପସ୍ଥିତ ରହିବାକୁ ଅନୁମତି ରହିଛି ।
ସେହିପରି କୋଭିଡ ଗାଇଡ଼ ଲାଇନ କଡାକଡି ପାଳନ ତଥା ମାସ୍କ , ସାନିଟାଏଜର ବ୍ୟବହାର ସମେତ ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଏଣୁ କୋଭିଡ ନୀୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ଓପିରେ ବ୍ୟବସ୍ଥା ରହିଛି ।

hiranchal ad1
Leave A Reply

Your email address will not be published.

thirteen − eight =