ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚୋର ଆତଙ୍କ । ଥାନାଠାରୁ ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରି ଅଭିଯୋଗ । ଗତକାଲି ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାନା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତନୁ କୁମାର ଦଣ୍ଡସେନା ନାମକ ଜଣେ ଯୁବକଙ୍କ ଜନସେବା କେନ୍ଦ୍ରରୁ କମ୍ପ୍ୟୁଟର ଟେବୁଲ୍ ସମେତ ବିଭିନ୍ନ ଆବଶ୍ୟକୀୟ କାଗଜପତ୍ର ଓ କିଛି ଟଙ୍କା ଦୁର୍ବୃତ୍ତ ଚୋରି କରିନେଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଦିନକୁ ଦିନ ସହରରେ ଚୋରି ବଢୁଥିବା ବେଳେ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ ହୋଇପଡ଼ିଛି ।