ଡ଼ିଏଫଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

0 59

ପାଟଣାଗଡ଼: ପାଟଣାଗଡ କେନ୍ଦୁପତ୍ର ଡିଭିଜନ ରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫଓ ସୁରେଶ ଚନ୍ଦ୍ର ସେଠିଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ବିଭାଗୀୟ ମୁନସୀ ଚପରାଶି ମାନଙ୍କ ତିନି ମାସର ଦରମା ପ୍ରଦାନ, ବନ୍ଧେଇ ରଚେଇ କାର୍ଯ୍ୟରେ ନିୟୋଜିତ ଚେକର ମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ସହିତ ଅତିକମରେ ଦଶ ମାସର ଦରମା ପ୍ରଦାନ, ସର୍କଲ ଚେକର ମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା, ସଂସ୍ଥାରେ ଗୁଚ୍ଛା କଟା, ପତ୍ର ତୋଳା, ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବା ହେଡ଼ ଚେକର ମାନଙ୍କ ଚାକିରୀ ସ୍ଥାୟୀ କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, କର୍ମଚାରୀଙ୍କ ବୋନସ ପ୍ରଦାନ, ମୃତ କେନ୍ଦୁ ପତ୍ର ତୋଳାଳୀ ବନ୍ଧାଳୀ ଶ୍ରମିକମାନଙ୍କ ଉତ୍ତରାଧିକାରୀଙ୍କୁ ବିମାରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି, ଦରମା, ଭତ୍ତା ପ୍ରଦାନ, ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀମାନଙ୍କୁ ନିଯୁକ୍ତି, ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା, ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଥିଲାକ୍ଷ ଆଲୋଚନାରେ ସଂଘର ସଭାପତି ନିରଞ୍ଜନ ବିଶି, ଉପ ସଭାପତି ରଘୁମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ, ଯୁଗ୍ମ ସମ୍ପାଦକ ଭୀଷ୍ମ ମଲ୍ଲିକ୍‌, ସଂଗଠନ ସମ୍ପାଦକ ବାଲମକୁନ୍ଦ କୂଅଁର, କୋଷାଧ୍ୟକ୍ଷ ପାଣ୍ଡବ ଭୁଏ ଏବଂ ଯଦୁମଣି ଭୋଇ, ତ୍ରିନାଥ ସାହୁ,ରଘୁନାଥ ମଲ୍ଲିକ,ପଞ୍ଚାନନ ଧରୁଆ, ମାଣିକ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ.ବିଭାଗୀୟ ନୀତିନିୟମ ଅନୁସାରେ ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ସେଠି ପ୍ରକାଶ କରିଥିଲେ ବୋଲି ସଂଘ ପାଖରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

2 × four =