ବୁର୍ଲା ପୁଲିସକୁ ବଡ଼ ସଫଳତା : ୧୦ଟି ବାଇକ ଜବତ, ବୌଦ୍ଧ ଜିଲ୍ଲାରୁ ୩ ଗିରଫ

0 1,185

ସମ୍ବଲପୁର : ବୁର୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି,ଚୋରି ହୋଇଯାଇଥିବା ଏକ ବାଇକକୁ ଉଦ୍ଧାର କରିବାକୁ ଯାଇ ପୁଲିସ ଏକ ଆନ୍ତଃ-ଜିଲ୍ଲା ବାଇକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ଟି ବାଇକ ଜବତ କରାଯାଇଛି । ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ଏହି ସୂଚନାଦେଇ କହିଛନ୍ତି ଯେ ଗତ ମାସ ୨୯ ତାରିଖରେ ସମ୍ବଲପୁର ଜିଳ୍ଲାର କତରବଗାର ଗିରିଧାରୀ ନାଗ୍‌ଙ୍କର ହିରୋ ଏଚଏଫ ଡିଲକ୍ସ ବାଇକ ଭିମସାର ସମ୍ମୁଖରୁ ଚୋରି ହୋଇଯାଇଥିଲା ।

hiring

ଏନେଇ ସେ ବୁର୍ଲା ଥାନାରେ ଏଫଆଇଆର ଦେଇଥିଲେ । ପୁଲିସ ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ତଥ୍ୟକୁ ଆଧାରକରି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ସୁଣ୍ଢିପଦର ଗାଁରେ ଚଢଉ କରିଥିଲା ଏବଂ ସେଠାରୁ ଅଭିଯୁକ୍ତ ବିକାଶ ବସ୍ତିଆ ଠାରୁ ଗିରିଧାରୀଙ୍କ ଚୋରି ବାଇକ ସମେତ ୩ଟି ବାଇକ ଜବତ କରିଥିଲା । ବିକାଶ ଠାରୁ ମିଳିଥିବା ତଥ୍ୟକୁ ଆଧାରକରି ପୁଲିସ ଆଉ ୬ଟି ବାଇକ ଜବତ କରିବା ସହ ଆଉ ୨ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ବୌଦ୍ଧ ଜିଲ୍ଲାର ରୁନ୍ଦିମହଲ ଗାଁର ସିଙ୍କୁ ଓରଫ ପ୍ରିତମ ସାହୁ ଏବଂ ଥେଲକୋବେଡା ଗାଁର ଆଶିଷ ପ୍ରଧାନ । ସେମାନଙ୍କ ଠାରୁ ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ଏହି ବାଇକସବୁକୁ ସେମାନେ ମାଦକ ଦ୍ରବ୍ୟ ପରିବହନରେ ବ୍ୟବହାର କରୁଥିଲେ । ସେମାନେ ବାଇକସବୁ ସମ୍ବଲପୁର ଜିଲ୍ଲାରୁ ଚୋରି କରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବିକ୍ରି କରୁଥିଲେ ବୋଲି ଏସପି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × 2 =