ଟିକସ ନ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା : ଅର୍ଥମନ୍ତ୍ରୀ

0 64

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ମହାମାରୀ ସମୟ ଚାଲିଛି । ଏଭଳି ସମୟରେ ଲୋକଙ୍କ ଉପରେ ଆଉ ଆର୍ଥିକ ବୋଝ ଲଦିବା ଠିକ ନୁହେଁ । ତେଣୁ ଟିକସ ନ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏକଥା ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ଆଜି ବଜେଟ ଉପସ୍ଥାପନ ପରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଗତବର୍ଷ ମଧ୍ୟ ଏଭଳି ନିର୍ଦ୍ଦେଶ ଦେଇଥିଲେ । ଏଥର ପ୍ରଧାନମନ୍ତ୍ରୀ ସ୍ପଷ୍ଟଭାବରେ ଜଣାଇ ଦେଇଥିଲେ ଯେ କୌଣସି ଅତିରିକ୍ତ ଟିକସ ଲାଗୁ କରା ନଯାଉ କି ଟିକସ ବଢା ନଯାଉ । ତେଣୁ ତଦନୁସାରେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ନିର୍ମଳା କହିଛନ୍ତି । ଅର୍ଥମନ୍ତ୍ରୀ ବଜେଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ଟିକସ କାଟ ସୀମାକୁ ୧୦ରୁ ୧୪ ପ୍ରତିଶତକୁ ବଢାଇବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ରାଜ୍ୟ କର୍ମଚାରୀମାନେ ସୁରକ୍ଷା ସୁବିଧା ପାଇବା ସାଙ୍ଗକୁ ଏ କ୍ଷେତ୍ରରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ସମକକ୍ଷ ହୋଇପାରିବେ । ଏଥର ବଜେଟରେ ସରକାର କୃଷି,ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଭଳି କ୍ଷେତ୍ର ବିଶେଷ ଗୁରୁତ୍ୱ ଦେଇଛନ୍ତି ।

hiring

hiranchal ad1
Leave A Reply

Your email address will not be published.

sixteen + 14 =