ଆତଙ୍କ ଖେଳାଉଛି ଓମିକ୍ରନର ନୂଆ ଭାରିଆଣ୍ଟ

0 96

ନୂଆଦିଲ୍ଲୀ: କେବଳ କରୋନା ନୁହେଁ,ଏଥିରୁ ସୃଷ୍ଟି ହୋଇଥିବା ନୂଆ ପ୍ରଜାତି ମଧ୍ୟ ସାରାବିଶ୍ୱରେ ଆତଙ୍କ ଖେଳାଇଛି । ଓମିକ୍ରନର ପ୍ରକୋପ କେତେକ ଦେଶରେ କମୁଥିବା ବେଳେ ଏହା ଦେହରୁ ସୃଷ୍ଟି ହୋଇଛି ଏକ ନୂଆ ପ୍ରଜାତିର ଭୂତାଣୁ । ଚାହୁଁ ଚାହୁଁ ଏହି ଭୂତାଣୁ ୫୭ ଦେଶକୁ ବ୍ୟାପିଗଲାଣି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ପ୍ରକଟ କରିଛି । ଓମିକ୍ରନ୍‌ର ଏହି ନୂଆ ଭ୍ୟାରିଆଣ୍ଟ ବିଏ-୨ ଆହୁରି ବିପଜ୍ଜନକ ବୋଲି । ବିଏ-୨ ଏବେ ୫୭ଟି ଦେଶରେ ଠାବ କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ)ପକ୍ଷରୁ କୁହାଯାଇଛି । ଦକ୍ଷିଣ ଆଫ୍ରୟିକାରୁ ୧୦ ସପ୍ତାହ ପୂର୍ବ ଠାବ ହୋଇଥିବା ଓମିକ୍ରନ୍‌ ଭ୍ୟାରିଆଣ୍ଟ ସବୁଠାରୁ ଦ୍ରୁତତମ ସଂକ୍ରାମକ ଭାବେ ବିପଦ ସୃଷ୍ଟି କରିଥିଲା । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ୍‌ ପକ୍ଷରୁ ସାପ୍ତାହିକ ଏପିଡେମୋଲୋଜିକାଲ୍‌ ଅପଡେଟ୍‌ ଆସିଛି । ସେଥିରେ ଗତ ମାସରେ ସଂଗୃହୀତ ସମସ୍ତ କରୋନା ଭାଇରସ୍‌ ନମୁନାରେ ଆଗକୁ ଆହୁରୀ ଭ୍ୟାରିଆଣ୍ଟ ସମ୍ଭାବନା ଥିବା କୁହାଯାଇଛି । ତେଣୁ ଭାଇରସର ଏକାଧିକ ଭର୍ସନ ତଥା ଈଇ.୧, ଈଇ.୧.୧, ଈଇ.୨ ଏବଂ ଈଇ.୩. ଆସିବା ନେଇ ଗବେଣାରୁ ଜଣାପଡିଛି । ଏବେ ଈଇ.୧ ଏବଂ ଈଇ.୧.୧ ଭର୍ସନ ଚିହ୍ନଟ କରାଯାଛି । ତବେ ଈଇ.୨ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବିଶ୍ୱସ୍ଥ୍ୟାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ନିକଟରରେ ମଧ୍ୟପ୍ରଦେଶର ଇନ୍‌ଦୋରରେ ଓମିକ୍ରନର ଉପ ଭେରିଏଣ୍ଟ ବିଏ-୨ ଦେଖିବାକୁ ମିଳିଛି । ଏହା ଦ୍ୱାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍‌, ଅଷ୍ଟ୍ରେଲିଆ ଓ ଡେନମାର୍କ ଦେଶରେ ବିଏ-୨ର ମାମଲା ସାମନାକୁ ଆସିଛି । ଏହି ଭେରିଏଣ୍ଟ ଓମିକ୍ରନ୍‌ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛ । ଏହାକୁ ଚିହ୍ନଟ କରି ନପାରିଲେ ଏହାର ସଂକ୍ରମଣକୁ ରୋକିବା ଚ୍ୟାଲେଞ୍ଜିଂ ହୋଇପଡିବ । ସବୁଠୁ ବଡ କଥା ହେଲା ଟେଷ୍ଟ କିଟ୍‌ରେ ବି ଏହା ଧରା ପଡୁନାହିଁ । ତେଣୁ ଏହାକୁ ‘ଷ୍ଟେଲଥ୍‌‘ ଅର୍ଥାତ୍‌ ଲୁଚି ରହିଥିବା ଭେରିଏଣ୍ଟ (ପ୍ରକାର)କୁହାଯାଉଛି ।

hiranchal ad1
Leave A Reply

Your email address will not be published.

4 × four =