ଭାରତରେ ପହଞ୍ଚିଲେ ୱେଷ୍ଟଇଣ୍ଡିଜ ଖେଳାଳି, ୬ରୁ ଆରମ୍ଭ ହେବ ଦିନିକିଆ ସିରିଜ

0 85

ଅହମ୍ମଦାବାଦ : ଇଂଲଣ୍ଡକୁ ଟି-୨୦ ସିରିଜରେ ହରାଇ ଆତ୍ମବିଶ୍ୱାସ ଲାଭ କରିଥିବା ୱେଷ୍ଟଇଣ୍ଡିଜ ଦଳ ଆଜି ଏଠାରେ ପହଞ୍ଚିଛି । ଇଣ୍ଡିଜ ଦଳ ଘରୋଇ ଭାରତ ବିପକ୍ଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୬ ଫେବୃଆରୀରୁ ଦିନିକିଆ ସିରିଜ ଖେଳିବ । ଏହି ଷ୍ଟାଡିୟମରେ ସିରିଜର ସମସ୍ତ ତିନି ମ୍ୟାଚ୍‌ ଆୟୋଜିତ ହେବ । ଏହାପରେ କୋଲକତାର ଇଣ୍ଡେନ ଗାର୍ଡେନରେ ଟି-୨୦ ସିରିଜର ସମସ୍ତ ମ୍ୟାଚ ଖେଳାଯିବ ।

hiring

ୱେଷ୍ଟଇଣ୍ଡିଜ କ୍ରିକେଟ ଟ୍ୱିଟର ହ୍ୟାଣ୍ଡଲରେ ବୁଧବାର ସକାଳେ ଏକ ଟ୍ୱିଟ ଜାରି କରି ଏହି ସୂଚନା ଦେଇଛି । ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ଆମେ ସୁରକ୍ଷିତ ଭାବେ ଅହମ୍ମଦାବାଦ ପହଞ୍ଚିଛୁ ବୋଲି ଉଲ୍ଲେଖ କରାଯାଇଛି । ଇଣ୍ଡିଜ ଦଳ ଅହମ୍ମଦାବାଦରେ ପହଞ୍ଚିବାର ଭିଡିଓ ମଧ୍ୟ ଜାରି କରିଛି ।

ଗୁଜରାତ କ୍ରିକେଟ ସଂଘ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ କାରଣରୁ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବିନା ଦର୍ଶକଙ୍କ ମଧ୍ୟରେ ଖେଳାଯିବ । ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗ ସରକାର ୭୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି । ତିନି ଟି-୨୦ ମ୍ୟାଚ କୋଲକତାରେ ୧୬, ୧୮, ୨୦ ଫେବୃଆରୀରେ ହେବାକୁ ଥିବା ବେଳେ ଅହମ୍ମଦାବାଦରେ ଦିନିକିଆ ମ୍ୟାଚ୍‌ ୬, ୯ ଓ ୧୧ ଫେବୃଆରୀରେ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

twelve − eight =