ଗାଡ଼ି ଆଲୁଅରେ ପରୀକ୍ଷା ଦେଲେ ୪୦୦ ଛାତ୍ର

0 79

ପାଟନା: ବିହାରରେ କୋଡର଼୍ ଇଣ୍ଟର ପରୀକ୍ଷା ବେଳେ ଅଜବ ଘଟଣା ଦେଖିବାକୁ ମିଳିଛି । ସରକାର ବଡ଼ ବଡ଼ କଥା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଓଲଟା କଥା ଦେଖିବାକୁ ମିଳୁଛି । ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ଯେ ପିଲାମାନଙ୍କୁ ଗାଡ଼ି ହେଡଲାଇଟରେ ପରୀକ୍ଷା ଦେବାକୁ ପଡ଼ିଛି । କିଶୋର କଲେଜ ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଘଟିଛି ଏହି ଘଟଣା । ଏଠାରେ ପିଲାମାନେ ରାତି ୮ ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ । ଯାନବାହାନର ହେଡଲାଇଟ ଜଳାଇ ପରୀକ୍ଷା କେନ୍ଦ୍ର ଆଲୋକିତ କରାଯାଇଥିଲା । ମହାରାଜା ହରେନ୍ଦ୍ର କିଶୋର କଲେଜ ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଦ୍ୱିତୀୟ ସିଫ୍ଟ ପରୀକ୍ଷାରେ ଗତକାଲି ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ଉତ୍ତର ସିଟ୍‌ ଦିଆଯାଇ ନଥିଲା । ଦ୍ୱିତୀୟ ସିଫ୍ଟରେ ହିନ୍ଦୀ ପରୀକ୍ଷା ଥିଲା । ସମୟ ଅତିବାହିତ ହେଉଥିବା ଦେଖି ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ବିବ୍ରତ ହୋଇ ଉଠିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ମୋତିହାରୀ ସଦର ଏସଡିଓ, ଡିଏସପି ସମେତ ତିନଟି ପୁଲିସ ଷ୍ଟେସନର ପୁଲିସଘଟଣାସ୍ଥଳରେ ପହଞ୍ଚି ଥିଲେ । ବହୁବୁଝାସୁଝା ପରେ ପରିସ୍ଥିତିକୁ ପୁଲିସ ନିୟନ୍ତ୍ରଣକୁ ଆଣିଥିଲା । ଏହା ପରେ ଅପରାହ୍ନ ୪.୩୦ ପରେ ଛାତ୍ରମାନଙ୍କୁ ଉତ୍ତର ସିଟ୍‌ ଦିଆଯାଇଥିଲା ଏବଂ ଛାତ୍ରଛାତ୍ରୀମାନେ ଗାଡି ହେଡଲାଇଟ ଓ ଜେନେରେଟର ଲାଇଟରେ ରାତି ୮ ଟା ପର୍ଯ୍ୟନ୍ତ ହିନ୍ଦୀ ପରୀକ୍ଷା ପତ୍ର ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × three =