ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

0 85

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି। ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି ତାର ତଥ୍ୟ ପ୍ରତିଦିନ କ୍ଲାସ ସରିଲେ ଏହାର ଅପଡେଟ୍ ଦେବେ ଶିକ୍ଷକ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିୟମିତ ଉପସ୍ଥାପନା ତଥ୍ୟ ନଦେଲେ ଦୃଢ଼ କାର୍ୟ୍ୟାନୁଷ୍ଠା ନିଆଯିବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ପାଇଁ କିଛି ପିଲା ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କିଛି ପିଲା ପରୀକ୍ଷା ବାତିଲ ଦାବି କରିଥିଲେ। ଏହାକୁ ନେଇ ଅଭିଭାବକମାନେ ଦ୍ୱନ୍ଦରେ ଥିବା ବେଳେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତିଦିନ ପିଲାଙ୍କ ଉପସ୍ଥାନପା ତଥ୍ୟ ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି କରାଯାଇଛି।

hiranchal ad1
Leave A Reply

Your email address will not be published.

9 + 20 =