ପଞ୍ଚାୟତ ନିର୍ବାଚନ ଲାଗି ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ

0 83

ଗଜପତି,୨/୨ – ଗଜପତି ଜିଲ୍ଲାର ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବୁଧବାର ପୂର୍ବାହ୍ନ ଜିଲ୍ଲା ପରିଷଦ ସମ୍ମିଳିନୀକକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ, ତହସିଲଦାର, ଏବଂ ପଞ୍ଚାୟତ ଅଧିକାରୀ ତାଲିମ ନେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପୋଲିଂ ଅପିସର ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଗ୍ରାମପଞ୍ଚାୟତର ନିୟମ ଓ ପ୍ରିଜାଇଡିଂ ଅପିସର ହ୍ୟାଣ୍ଡବୁକ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ ନିୟମ ଅନୁଯାୟୀ ସମସ୍ତ ତାଲିମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ମାଷ୍ଟର ଟ୍ରେନରମାନେ ସଂପୃକ୍ତ ବ୍ଲକ ସଦର ମହକୁମା ପୋଲିଂ ଅଫିସର ମାନଙ୍କୁ ତାଲିମ ଦେବେ । ତାଲିମ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ସମସ୍ତ ନୋଡାଲ ଅଫିସର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଉଲାସ ସେଠି, ସହକାରୀ ଜିଲ୍ଲାପାଳ ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 − 14 =