କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା

0 482

ବୌଦ୍ଧ,୩ା୨: ବୌଦ୍ଧଜିଲ୍ଲାରେ କୋଭିଡରେ ଅନେକ ଲୋକ ମୃତ୍ୟୁର ଶିକାର ହୋଇଥିବାବେଳେ ଡାକ୍ତର, ପୋଲିସ ଓ ସରକାରୀ ଅଧିକାରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କୋଭିଡ ୧୯ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁର ଶିକାର ହୋଇଥିବା ବୌଦ୍ଧ ବ୍ଲକର ଏକାଉଣ୍ଟସ ଅଧିକାରୀ ରୋମାଞ୍ଚ ସାହୁଙ୍କ ପରିବାରକୁ ରାଜ୍ୟ ସରକାର କୋଭିଡ ଯୋଦ୍ଧା ଭାବରେ ଘୋଷିତ ସହାୟତା ରାଶି ଯୋଗାଇଦେଇଛନ୍ତି । ସୂଚନା ମୁତାବକ ପଞ୍ଚାୟତିରାଜ ବିଭାଗ ଜରିଆରେ ଯୋଗାଇ ଦିଆଯାଇଥିବା ୫୦ ଲକ୍ଷ ଟଙ୍କାର ଏହି ସହାୟତା ରାଶିକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସ୍ୱର୍ଗତ ସାହୁଙ୍କ ପତ୍ନୀ ଶୈଳେନ୍ଦ୍ରୀ ସାହୁଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ସହାୟତା ରାଶି ପ୍ରଦାନ ସମୟରେ ବୌଦ୍ଧ ବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶ,ଡେପୁଟି କଲେକ୍ଟର ଅବନିକାନ୍ତ ସାହୁ ଓ ସ୍ୱର୍ଗତ ସାହୁଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × one =