ଗାଁ ରାସ୍ତା ନିର୍ମାଣ ପ୍ରଶ୍ନ ଉତ୍ତରରେ ଫସିଲେ, ମଞ୍ଚ ଛାଡି ଫେରିଲେ କଣ୍ଟାବାଞ୍ଜି ବିଧାୟକ

0 81

ବଲାଙ୍ଗୀର,୪/୨- କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମାତ୍ର ୨ କି.ମି ପାଖାପାଖି ୧୫୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗାଁ ବେହରେନସିଲେଟ, ସ୍ୱାଧୀନତାର ୭୫ ବର୍ଷ ପରେବି ଏହି ଗାଁକୁ ଯିବାପାଇଁ ପକ୍କା ରାସ୍ତା ନିର୍ମାଣ ହୋଇନି । ଗ୍ରାମବାସୀ ସରପଞ୍ଚ ଠାରୁ ବିଧାୟକ , ଜିଲ୍ଲାପାଳ ପର୍ଯ୍ୟନ୍ତ ଦାବି କରି ଆସୁଛନ୍ତି ଯେ ପକ୍କା ରାସ୍ତା ନିର୍ମାଣ ହେଲେ ଗାଁ ଉନ୍ନତିଦିଗକୁ ବଢିବ, ଅନଶନ, ଆନ୍ଦୋଳନ ପରେବି ମାତ୍ର ପ୍ରତିଶୃତି । ଆଜିଯାଏ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ହୋଇଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଯେ ଦଳ ପ୍ରଚାର ସମୟରେ ରାସ୍ତା ନିର୍ମାଣ ପ୍ରଶ୍ନ ଉତ୍ତରରେ ବିଧାୟକଙ୍କୁ ଘେରିଲେ ବେହରେନସିଲେଟ ଗ୍ରାମବାସୀ । ଭାଇରଲ ଭିଡିଓରେ ୨୦୧୯ନିର୍ବାଚନ ପ୍ରଚାର ସମୟରେ ଗୋଟିଏ ଭାଷଣରେ ଗାଁ ରାସ୍ତା ନିର୍ମାଣ ପାଇଁ କହୁଥିବା ଭିଡିଓ ଭାଇରାଲ ହୋଇଥିଲା , କିନ୍ତୁ ଜିଲ୍ଲା ପରିଷଦ ପ୍ରଚାର କାର୍ଯ୍ୟକ୍ରମରେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି ପୂର୍ଣ୍ଣ ନ ହୋଇଥିବାରୁ ଗ୍ରାମବାସୀଙ୍କ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା । ଶ୍ରୀ ସାଲୁଜା ଚତୁର୍ଥଥର ବିଧାୟକ ହୋଇଥିବା କଥା ଓ ଅନେକଥର ଗାଁକୁ ଆସିବା ପରେବି ଗାଁ ସମସ୍ୟା ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ନଦେଇ ମଞ୍ଚ ଛାଡି ଫେରିଥିଲେ ବିଧାୟକ । ଏହି ଭାଇରଲ ଭିଡିଓରେ ବିଧାୟକ କହିଥିଲେ ଯେ ତମକୁ ଯାହାକୁ ଇଚ୍ଛା ଭୋଟ ଦେବ, ବିଜେଡି, ବିଜେପିକୁ ଭୋଟ ଦେବ, ନ ହେଲେ ନୋଟାରେ ଭୋଟ ଦେବ କହି ଫେରି ଆସିଥିଲେ ବିଧାୟକ । ଯାହାକି ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

hiranchal ad1
Leave A Reply

Your email address will not be published.

three × 2 =