ଏବେବି ମାଟି ମୂର୍ତ୍ତିର ରହିଛି ଚାହିଦା

0 73

ଗଜପତି,୫/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାରରେ ମ ।ଟି ମୂର୍ତ୍ତି ଅଧିକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆଧୁନିକତାରେ ହଜିଯାଉଥିବା ମଣିଷ ପ୍ଲାଷ୍ଟର ପ୍ୟାରିସି ମୂର୍ତ୍ତି ଥାଇ ସୁଦ୍ଧା ମାଟି ମୂର୍ତ୍ତି ପ୍ରତି ଆକୃଷ୍ଟ ରହିଛି । ପ୍ଲାଷ୍ଟର ପ୍ୟାରିସି ହଲକା ସୁନ୍ଦର ନିଖୁଣ ମୂର୍ତ୍ତି ଥାଇ ସୁଦ୍ଧା ଲୋକଙ୍କର ମାଟି ମୂର୍ତ୍ତି ପ୍ରତି ଆକୃଷ୍ଟ ରହିଛି । ମାଟିମୂର୍ତ୍ତି ସହଜରେ ମିଳେଇଯାଏ ଜଳ ପରିବେଶ ପ୍ରଦୂଷିତ ହୋଇନଥାଏ କିନ୍ତୁ ପ୍ଲାଷ୍ଟର ପରିସ ମୂର୍ତ୍ତି ଜଳରେ ମିଳେଇବା କଷ୍ଟକର ତା ସାଙ୍ଗକୁ ପରିବେଶ ଦୂଷିତ ହୋଇଥାଏ । ସହରରେ ମାଟି ମୂର୍ତ୍ତି କାରିଗର ଅଛନ୍ତି ଏବେ ବି ସେମାନେ ତାଙ୍କର କୌଳିକ ବୃତ୍ତି ବଞ୍ଚାଇ ରଖିଛନ୍ତି । କୋଭିଡି କଟକଣା ଯୋଗୁଁ ସରକାରଙ୍କ ନିୟମ ଅନୁଯାୟୀ ଛୋଟ ମୂର୍ତ୍ତି ନିର୍ମାଣ କରିଛନ୍ତି । କମ ସଂଖ୍ୟକ ମୂର୍ତ୍ତି ନିର୍ମାଣ କରି ବିକ୍ରି ବଟ । କରୁଥିବାର ଦେଖିବାକୁ ମିଳୁଛି । ସରକାର ସେମାନଙ୍କୁ ପ୍ରୋତ୍ସ ।ହନ ଦେଲେ ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି । ଏବେବି କିଛି ମୂର୍ତ୍ତି କାରିଗର ଆନ୍ଧ୍ରପ୍ରଦେଶରୁ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଆଣି ବଜାରରେ ବିକ୍ରିବଟା କରୁଥିବାର ଦେଖିବାକୁ ମିଳିଛି । କାରଣ କୋଭିଡ ଯୋଗୁଁ ମାଟି ମୂର୍ତ୍ତି ବିକ୍ରି ନ ହେବା ଆଶଙ୍କା ନେଇ ଆନ୍ଧ୍ରପ୍ରଦେଶରୁ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଆଣି ବିକ୍ରିବଟା କରୁଥିବାର ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

seventeen − three =