ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଲିଟେକନିକ କଲେଜରେ ନୂତନ କମିଟି ଗଠନ

0 86

ସୁବର୍ଣ୍ଣପୁର,୫/୨ – ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଈଁ ସୁବର୍ଣ୍ଣପୁର ସରକାରୀ ପଲିଟେକନିକ କଲେଜରେ ଏକ ନୂତନ କମିଟି ଗଠିତ ହୋଇଛି । ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ କରି ଏହି କଲେଜର ଶୈକ୍ଷିକ ଭୌତିକ,ଭିତ୍ତିଭୂମି ଓ ସର୍ବାଙ୍ଗୀନ ବିକାଶ ପାଈଁ ରାଜ୍ୟ ଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କ ସହଯୋଗ ନେଇ କଲେଜର ସର୍ବବିଧ ଉନ୍ନତି ପାଈଁ ପ୍ରୟାସ ଜାରିରହିବ ବୋଲି କମିଟି କନଭେନର ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଏହି ନଅଜଣିଆ କମିଟିରେ କମିଟି ଅଧ୍ୟକ୍ଷ ଭାବେ କଲେଜ ଅଧ୍ୟକ୍ଷ ଶ୍ରୀ ଗୌରହରି ସାହୁ, ବରିଷ୍ଠ ପ୍ରତିନିଧି ଭାବେ ସିଭିଲ ଇଞ୍ଜିନିଅରିଂ ବିଭାଗର ମୁଖ୍ୟ ଶ୍ରୀ ପଦ୍ମଲୋଚନ ବେହେରା, ମେକାନିକାଲ ଇଞ୍ଜିନିଅରିଂ ବିଭାଗ ମୁଖ୍ୟ ଶ୍ରୀ ଶରତ କୁମାର ବିଶ୍ୱାଳ, ଆଲୁମିନି ସଦସ୍ୟ ଭାବେ ଜୁନିଅର ସାଇଟ ଇଞ୍ଜିନିଅର ଆରଭିଏନଏଲର ଶ୍ରୀ ସୁଧାଂଶୁ ରାୟ, ଅନ୍ୟତମ ଆଲୁମିନି ସଦସ୍ୟ ଭାବେ ଜୀବନବୀମା ଏସବିଆଇ ଲାଇଫର ମନୋରଞ୍ଜନ ପାଣିଗ୍ରାହୀ, ଟେକ୍ନିକାଲ ଆସିଷ୍ଟାଣ୍ଟ ଏନ ଆଇ ଟି ରାଉରକେଲାର ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ମନୋନୀତ ପ୍ରତିନିଧି ଭାବେ ବରିଷ୍ଠ ଶିକ୍ଷାବିତ ତଥା ଆଇନଜୀବୀ ପ୍ରଦୀପ କୁମାର ପୁରୋହିତ ଓ ସ୍ୱଚ୍ଛଭାରତର ସମ୍ପାଦକ ତଥା ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ କନଭେନର ମେମ୍ବର ଭାବେ ଗଣିତ ଓ ବିଜ୍ଞାନବିଭାଗର ଏଚଓଡି ଶ୍ରୀ ଶାରଦା କୁମାର ନାୟକଙ୍କୁ ନିଯୁକ୍ତି କରାଯାଇଛି ।

hiranchal ad1
Leave A Reply

Your email address will not be published.

1 × 3 =