ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ, ୯୨ ବର୍ଷରେ ଆଖି ବୁଜିଲେ ମହାନ ଗାୟିକା ଲତା ମଙ୍ଗେସକର

0 69

ନୂଆଦିଲ୍ଲୀ,୬/୨ : ଆରପାରିରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର୍‌ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ବଲିଉଡ୍‌ ଜଗତର କିମ୍ବଦନ୍ତୀ ଗାୟିକା ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍‌ ହୋଇଥିବା ବେଳେ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୨୯ ଦିନ ଧରି ଭେଣ୍ଟିଲେଟ୍‌ରେ ରହି ଚିକିତ୍ସିତ ହେଉଥିଲେ । ଯେଉଁଥିରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ପରେ ଡାକ୍ତରୀଦଳମାନେ ତାଙ୍କର ବହୁ ଚେଷ୍ଟା ବଳରେ ଚିକିତ୍ସା କରିଥିଲେ । କିଛିଦିନ ହସ୍ପିଟାଲରେ ରହିବା ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ହେଲେ ହଠାତ୍‌ ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ଭେଣ୍ଟିଲେଟରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଖବର ଶୁଣି ଅନେକ ବଡ ବଡ ତାରକା ତାଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଆଜି ସକାଳେ ଲତା ମଙ୍ଗେସକର ଦେହାନ୍ତ ହୋଇଛି । ତାଙ୍କ ଅନ୍ତିମ ଦର୍ଶନ ପାଇଁ ଶିବାଜୀ ପାର୍କକୁ ଅଣାଯିବ ପାର୍ଥିବ ଶରୀର । ହସଂଲ ମେହେତାଙ୍କ ସହ ନିତୀନ ଗଡକାରୀ ମଧ୍ୟ ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଧିରେ ଧିରେ ସୋସିଆଲ୍‌ ମିଡିଆରେ ଅନେକ ତାରକା ଟ୍ୱିଟ୍‌ କରି ସମବେଦନା ସହ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି । ୩୦ ହଜାରରୁ ଅଧିକ ଗୀତ ଗାଇଥିବା ଲତା ଦିଦିଙ୍କ ମୃତ୍ୟୁ ଖବର ଶୁଣି ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଭାରତୀୟ ସଂଗୀତ ଜଗତରେ ତାଙ୍କ ଅବଦାନ ଅତୁଳନୀୟ ।

hiranchal ad1
Leave A Reply

Your email address will not be published.

twenty − 17 =