ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ଓ ତାଙ୍କ ସ୍ୱାମୀ

0 161

କଟକ: ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଫ୍ଲାଟ ହଡପ କରି ବିକ୍ରି କରିବା ପଡିଲା ମହଙ୍ଗା । ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ରାଜା କରଣ । ରଞ୍ଜିତାଙ୍କ ସହ ଅଭିଯୁକ୍ତ ରାଜାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କଲା ବିଜେଡି । ଉଭୟଙ୍କୁ ବରିଷ୍କାର କରିବାକୁ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଚିଠି ଲେଖିଥିଲେ । ପ୍ରମାଣ ଓ ବିଧାୟକଙ୍କ ଚିଠିକୁ ଆଧାର କରି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ ।

hiring

କଟକ ଅନ୍ଦରପୁର ଠାରେ ଥିବା ଆପାର୍ଟମେଣ୍ଟରେ ୧୯୨ ଟି ଫ୍ଲାଟ ରହିଥିବାବେଳେ ମହାନଗର ନିଗମ ପକ୍ଷରୁ ମାତ୍ର ୬୬ ଜଣ ହିତାଧିକାରୀଙ୍କୁ ମିଳିଥିଲା ଘର । ବାକି ଘର ଗୁଡିକୁ ବେଆଇନ ଭାବେ ଜବରଦଖଲକୁ ନେଇ ୨୫ ରୁ ଅଧିକ ପରିବାରକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିଲେ ସିଏମସି ୫୩ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ । ଅଭିଯୋଗ ପରେ ତାଙ୍କୁ ଗିରଫ କରିଥିଲା ମଧୂପଟଣା ପୋଲିସ ।

ସେପଟେ ରାଜା ପାଖରୁ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ନାଁରେ ୩ ଟି କେସ୍‌ ରୁଜୁ ହୋଇଛି । ସେପଟେ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଭୟ ନକରି ଅଭିଯୋଗ କରିବାକୁ ପୋଲିସ୍‌ ପରାମର୍ଶ ଦେଇଛି ।

hiranchal ad1
Leave A Reply

Your email address will not be published.

13 − eleven =