ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ସମ୍ମାନ ଜଣାଇଲା ଟିମ୍ ଇଣ୍ଡିଆ

0 72

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍। ଅହମ୍ମଦାବାଦରେ ଖେଳା ଯାଉଛି ପ୍ରଥମ ମ୍ୟାଚ୍। ଟସ୍ ଜିତିଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରୁଛି। ତେବେ ଆଜି ମ୍ୟାଚ୍‌ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେଶକରଙ୍କୁ ସମ୍ମାନ ଜଣାଇ ବାହୁରେ କଳାଫିତା ପିନ୍ଧିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ। ବିସିସିଆଇ ପକ୍ଷରୁ ଏନେଇ ଏକ ଟ୍ୱିଟ୍ କରାଯାଇଥିବା ବେଳେ ଏଥିରେ ଆହୁରି ଲେଖା ହୋଇଛି ଯେ ଲତା ଦିଦି କ୍ରିକେଟ୍‌କୁ ଭଲ ପାଉଥିଲେ। ସେ ସବୁବେଳେ କ୍ରିକେଟ୍ ଓ ଟିମ୍ ଇଣ୍ଡିଆକୁ ସମର୍ଥନ କରୁଥିଲେ। ଏହି ଟ୍ୱିଟ୍ କରିବା ପୂର୍ବରୁ ଆଉ ଏକ ଟ୍ୱିଟ୍‌ରେ ବିସିସିଆଇ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲା।

hiranchal ad1
Leave A Reply

Your email address will not be published.

nineteen − two =