ପୁଣି ବଢିଲା ନିର୍ବାଚନୀ ପ୍ରଚାର କଟକଣା

0 126

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଦେଶର ନିର୍ବାଚନ କମିସନ ସବୁପ୍ରକାର ଉଦ୍ୟମ କରୁଛନ୍ତି । କରୋନା କଟକଣା ମଧ୍ୟରେ ପ୍ରଚାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଚଛି । ଏବେ ପ୍ରଚାର କଟକଣାକୁ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ପାଇଁ ରୋଡ୍‌ ସୋ’,ପଦଯାତ୍ରା,ଶୋଭାଯାତ୍ରା ଏବଂ ସାଇକେଲ ସହ ଯାନବାହନ ରାଲି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅବଧିକୁ ବୃଦ୍ଧି କରାଯାଇଛି । ତେବେ କୋଭିଡ ପ୍ରୋଟୋକଲ ମଧ୍ୟରେ ରାଜନୈତିକ ସଭାସମିତି ପାଇଁ କମିଶନ୍‌ କୋହଳ କରିଛନ୍ତି । କମିଶନ କହିଛନ୍ତି ଯେ, ଇନଡୋର ହଲରେ ୫୦ ପ୍ରତିଶତ କ୍ଷମତାରେ ରାଜନୈତିକ ସଭା ସମିତି ହୋଇପାରିବ । ଖୋଲା ମୈଦାନରେ ୩୦ ପ୍ରତିଶତ କ୍ଷମତାରେ ସଭାସମିତି ହୋଇପାରିବ । ଏହା ବାଦ୍‌ ଘରକୁ ଘର ବୁଲି ପ୍ରଚାର ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପ୍ରଚାର କଟକଣାକୁ ବଳବତ୍ତର ରଖିଛନ୍ତି କମିଶନ ।

hiranchal ad1
Leave A Reply

Your email address will not be published.

14 − eleven =