ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳା ଭୂମି

0 50

ପୁରୀ : ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳା ଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁଙ୍କ ବୁଡ ଓ ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି କରିଥିଲା ପ୍ରଶାସନ । ଯାହା ପାଇଁ ଠାକୁରଙ୍କ ରିତୀନିତୀ ପରେ ତୀର୍ଥ ପୁଷ୍ପରଣୀରେ ଠାକୁର ସ୍ନାନ ପରେ ବୁଡ ପକାଇଥିଲେ ସାଧୁସନ୍ଥ । କିନ୍ତୁ ବର୍ଷକରେ ଥରେ ଏହି ସୁଯୋଗକୁ ହାତଛଡା କରି ନିରାଶ ହୋଇଥିଲେ ଶ୍ରଦ୍ଧାଳୁ । ଆଜିର ତିଥିରେ ପ୍ରଭୁ ସୂର୍ଯ୍ୟଦେବ ଜନ୍ମ ଗ୍ରହଣ କରିଥିଲେ । ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ ରୋଗ ଶୋକରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସ ଓ ପରଂପରା ଅନୁସାରେ ଆଜି ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ଚନ୍ଦ୍ରଭାଗା ପବିତ୍ର ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥାନ୍ତି ଶ୍ରଦ୍ଧାଳୁ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ମେଳା ପଡିଆ ଓ ତୀର୍ଥ ପୁଷ୍ପରଣୀ ଅଂଚଳକୁ ପ୍ରଶାସନ ପକ୍ଷରୁ୧୪୪ ଧାରା ଜାରି କରାଯାଇଥିବାରୁ ବିନା ଭକ୍ତରେ ସମସ୍ତ କାର୍ଯ୍ୟ ତ୍ୱରାନିତ ହୋଇଛି । ପରମ୍ପରା ଅନୁଯାୟୀ ତିନି ଠାକୁର ତ୍ରିବେଣେଶ୍ୱର, ଇସାନେଶ୍ୱର, ଦକ୍ଷିଣେସ୍ୱର ବିମାନରେ ବିଜୟାମାନ ହୋଇ ବିମାନରେ ଶୋଭାଯାତ୍ରା ଆସିବା ପରେ ଅନନ୍ତ ଅବଧୁତ ମଠରୁ ତିର୍ଥ ଆଳତି ପାଇଁ ଆସିଥିବା ଅଖଣ୍ଡ ଯଜ୍ଞକୁଣ୍ଡରୁ ଜ୍ୟୋତି ଚନ୍ଦ୍ରଭାଗା ପୁଷ୍ପରଣୀ ନିକଟରେ ଆଳତି କରାଯାଇଥିଲା । ଆଳତିପରେ ପରଂପରା ଅନୁସାରେ ପ୍ରଥମେ ତିନି ଠାକୁର ସ୍ନାନ କରିବା,ପରେ ସାଧୁସନ୍ଥ ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥିଲେ । କିନ୍ତୁ କୋଭିଡ କଟକଣା ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କୁ ନିରାଶ କରିଛି । ବିଶ୍ୱାସ ରହିଛି ଆଜିର ଦିନରେ ଏଠାରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଉପଶମ ମିଳିଥିବା ବେଳେ ମାନସିକ ଶାନ୍ତି ମିଳିଥାଏ । ଲୋକକଥାନୁସାରେ ପ୍ରଭୁ କୃଷ୍ଣଙ୍କ ପୁଅ ଶାମ୍ୱ କୁଷ୍ଠରୋଗରେ ପିଡୀତ ଥିବା ବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରି ମୁକ୍ତି ପାଇଥିଲେ ବୋଲି ସାଧୁସନ୍ଥ କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 × one =