କାର ସହ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

0 285

ପାଟଣାଗଡ଼ : ପାଟଣାଗଡ଼ ଥାନା ପାଢେଲ ଗ୍ରାମର ଡୁମେରପଦର ଯିବା ଚଳା ରାସ୍ତା ପାଖରେ ଏକ କାର ସହ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ ବାଇକ୍‌ ଚାଳକ ହେଲେ ଧଉଁରା ଦାଦରର ଟିକେଶ୍ୱର ବରିହା (୫୪) ଓ ଡୁମେରପଦର ଅର୍ଜୁନ ସାହୁ (୪୫) ବୋଲି ଜଣାପଡିଛି । ଦୁର୍ଘଟଣା ପରେ କାର ଚାଳକ ଫେରାର ହୋଇଯାଇ ଥିବା ଜଣାପଡିଛି । ସୂଚନା ଅନୁସାରେ ଟିକେଶ୍ୱର ଓ ଅର୍ଜୁନ ସକାଳ ୭ ଟା ସମୟରେ ପଦ୍ମପୁର-ପାଟଣାଗଡ଼ ରାସ୍ତା ଡେଇଁ ନିଜ ନିଜ ବାଇକ୍‌ରେ ତମିଆଁ ବଜାରକୁ ଛେଳି ବିକ୍ରୟ କରିବାକୁ ଯାଉଥିଲେ । ପାଇକମାଲର ଏକ ମାରୁତି କାର ନଂ (ଓଡ଼ି ୧୭ ଆର୍‌ ୩୬୪୬) ସୁଇପଟ କାରରେ ସେହି ଗାଁର ଲୋକେ କଣ୍ଟାବାଞ୍ଜିର ଏକ ବିବାହ ଉତ୍ସବର ଯୋଗଦେବା ପାଇଁ ଯାଉଥିଲେ । କଣ୍ଟାବାଞ୍ଜିରୁ ପାଟଣାଗଡ଼ ଦେଇ ଆସୁଥିବା ସମୟରେ ପାଢେଲ ଗ୍ରାମର ହାଇସ୍କୁଲର ଅନିତି ଦୂରରେ ବିପରିତ ଦିଗରୁ ଆସୁଥିବା ବାଇକ୍‌ ଆରୋହୀ ଟିକେଶ୍ୱର ଓ ଅର୍ଜୁନଙ୍କୁ କାରଟି ସାମ୍ନାସାମ୍ନି ଧକ୍କା ଦେଇଥିଲା । କାରରେ ୩ ଜଣ ମହିଳା ଜଣେ ପୁରୁଷ ଥିବା ବେଳେ କାର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲା । ଖବର ପାଇ ଓଡିଶା ମଟର ଯାନ ଚାଳକ ସଂଘ ପାଇକମାଲର ସଭାପତି ଉଗ୍ରସେନ ସାହୁ ସହ ସଂଘ ସଦସ୍ୟ ସହଯୋଗରେ ଆହତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନାକୁ ପହଞ୍ଚାଇ ଥିଲେ । ଟିକେଶ୍ୱର ଆହତ ହୋଇଥିବା ବେଳେ ଅର୍ଜୁନଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି କାର ଓ ବାଇକ୍‌ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 + 9 =