ନିର୍ବାଚନ ନିମନ୍ତେ ରାୟଗଡରେ ଜୋରଦାର ପ୍ରସ୍ତୁତି, ୧୩୭୦ ଜଣ ପ୍ରିଜାଇଡିଂ ଓ ୧୩୭୦ ଜଣ ପ୍ରଥମ ପୁଲିଙ୍ଗ ଅଫିସରଙ୍କୁ ତାଲିମ

0 56

ରାୟଗଡା : ରାୟଗଡ ଜିଲ୍ଲାରେ ଆସନ୍ତା ଫେବୃଆରୀ ୧୬ ଠାରୁ ୨୪ ତାରିଖ ମଧ୍ୟରେ ପାଞ୍ଚ ପର୍ଯ୍ୟାୟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ରାୟଗଡ ବ୍ଲକରେ ଫେବୃଆରୀ ୨୨ ତାରିଖରେ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଅଛି । ଏଣୁ ରାୟଗଡା ବ୍ଲକ୍‌ ରେ ୨୬୫ ଜଣ ପ୍ରିଜାଇଡିଙ୍ଗ ଓ ୨୪୧ ଜଣ ପ୍ରଥମ ପୁଲିଙ୍ଗ ଅଧିକାରୀ ନିମନ୍ତେ ତାଲିମର ଆୟୋଜନ କରାଯାଇଥିଲା । ଗତ ଫେବୃଆରୀ ୪ ତାରିଖରେ ଶ୍ରୀ ଉଗ୍ରତାରା ହାଇସ୍କୁଲ ଠାରେ ପାଞ୍ଚୋଟି କେନ୍ଦ୍ରରେ ଦୁଇଟି ପର୍ଯ୍ୟାୟରେ ମୋଟ ୪୬୬ ଜଣ ଓ ଫେବୃଆରୀ ୭ ତାରିଖରେ ୪୦ ଜଣ ଏପରି ମୋଟ ୫୦୬ ଜଣ ତାଲିମ ଗ୍ରହଣ କରିଥିଲେ । ପ୍ରତି କେନ୍ଦ୍ରରେ ଦୁଇଜଣ ଲେଖାଏଁ ସମ୍ବଳ ବ୍ୟକ୍ତି ତାଲିମ ପ୍ରଦାନ କରିଥିଲେ । ସମ୍ବଳ ବ୍ୟକ୍ତିଙ୍କ ମଧ୍ୟରେ ନିର୍ବାଚନ ଅଧିକାରୀ ଶ୍ରୀ ଲକ୍ଷ୍ମୀନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକ, ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ , ତହସିଲଦାର ରାୟଗଡା ତାପସ୍‌ ରାଉତ, ଅତିରିକ୍ତ ତହସିଲଦାର ସୁନୀଲ ଖୋରା, ଆକାଉକଣ୍ଟସ ଅଫିସର ଅନିତା ପଟନାୟକ, ଜିପିଇଓ ଗୋପାଳ ପଣ୍ଡା, ଚ୍ୟବନ ବେହେରା, ରଞ୍ଜିତା ବେହେରା ଓ ନିଲାଞ୍ଚଳ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଭିଡିଓ ଓ ପ୍ରୋଜେକ୍ଟର ମାଧ୍ୟମରେ ସମସ୍ତ ସନ୍ଦେହ ଦୂର କରାଯାଇଥିଲା । ସୋମବାର ଦିନର ତାଲିମ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ଆମର ଆତ୍ମାର ସଦ୍‌ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଆରମ୍ଭ ହୋଇଥିଲା ।

hiring


ସେହିପରି ଜିଲ୍ଲାରେ ୧୩୭୦ ଜଣ ପ୍ରିଜାଇଡିଂ ଓ ୧୩୭୦ ଜଣ ପ୍ରଥମ ପୁଲିଙ୍ଗ ଅଧିକାରୀଙ୍କୁ ପ୍ରତି ବ୍ଲକ ସଦର ମହକୁମା ଠାରେ ତାଲିମ ପ୍ରଦାନ କରାଯିବା ସହ ସେମାନଙ୍କୁ କେଉଁ ବ୍ଲକରେ ନିର୍ବାଚନ କାର୍ଯ୍ୟ ତୁଲାଇବାକୁ ହେବ ଏବଂ କେଉଁ ଦିନ ସେଠାରେ ପହଞ୍ଚିବାକୁ ହେବ ତାହା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଗତ ଜାନୁଆରୀ ୩୦ ତାରିଖ ଠାରୁ ଅବଗତ କରାଇ ଦିଆଯାଇଅଛି । ଚଳିତ ଥର ବ୍ଲକ ସ୍ତରରେ ସମସ୍ତ ଭୋଟ ଗଣତି ହେବା ନିର୍ଦ୍ଦେଶ ଥିବାରୁ ଷ୍ଟ୍ରଙ୍ଗ ରୁମ ଓ ଆନୁଷଙ୍ଗିକ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇତି ମଧ୍ୟରେ ଜିଲ୍ଲା ସାଧାରଣ ପର୍ଯ୍ୟବେକ୍ଷକ ବିଭିନ୍ନ ତାଲିମ କେନ୍ଦ୍ର ବୁଲି ତାଲିମର ଉତ୍କର୍ଷତା ସହ ବିଭିନ୍ନ ବ୍ଲକରେ ଭୋଟ ଗ୍ରହଣ କେନ୍ଦ୍ରର ଆନୁଷଙ୍ଗିକ ବ୍ୟବସ୍ଥା ବୁଲି ଦେଖୁଛନ୍ତି । ସୋମବାର ଦିନ ସାଧାରଣ ପର୍ଯ୍ୟବେକ୍ଷକ ସୁମନ ବେହେରା ରାୟଗଡ ବ୍ଲକ୍‌ରେ ତାଲିମାର୍ଥୀ ଓ ନିର୍ବାଚନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବାତଙ୍କ ସହ ଆଗାମୀ ନିର୍ବାଚନ ନିମନ୍ତେ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ନିର୍ବାଚନ ଦାୟିତ୍ୱ ନ୍ୟସ୍ତ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗ ଧାଡିର କର୍ମୀ ରୂପେ ବିବେଚନା କରାଯାଇ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯାଉଅଛି । ନିର୍ବାଚନରେ ସଂଶ୍ଳିଷ୍ଟ ସମସ୍ତ କର୍ମଚାରୀଙ୍କୁ ନିଶ୍ଚିତ ରୂପେ କୋଭିଡ ପ୍ରତିରୋଧକ ଟିକା ନେବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅବଗତ କରିଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତି ବ୍ଲକ ସଦର ମହକୁମା ଠାରେ ଟିକା କେନ୍ଦ୍ର ମାନ ଖୋଲାଯାଇଅଛି ।

hiranchal ad1
Leave A Reply

Your email address will not be published.

ten + 7 =