ୱିଜଡେନ୍‌ର ସର୍ବକାଳୀନ ଶ୍ରେଷ୍ଠ ଦିନିକିଆ ଏକାଦଶରେ କପିଲ ଅଧିନାୟକ

0 57

ନୂଆଦିଲ୍ଲୀ: ଲୋକପ୍ରିୟ ପତ୍ରିକା ୱିଜଡେନ୍‌ ଭାରତର ସର୍ବକାଳୀନ ସର୍ବଶ୍ରେଷ୍ଠ ୧୧ ଜଣିଆ ଦିନିକିଆ ଦଳ ଘୋଷଣା କରିଛି । ତେବେ ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୱିଜଡେନ୍‌ ଅଧିନାୟକ କରିନାହିଁ । କିନ୍ତୁ ମହେନ୍ଦ୍ର ସିଂହ ଧୋନି ଏହି ତାଲିକାରେ ସର୍ବଶ୍ରେଷ୍ଠ ୱିକେଟ୍‌ କିପର୍‌ ବ୍ୟାଟର୍‌ ଭାବେ ସ୍ଥାନ ପାଇଛନ୍ତି । ଭାରତ ଜିତିଥିବା ୩ଟି ଆଇସିସି ଟ୍ରଫି ହାସଲ କରିଥିବା ଭାରତୀୟ ଦଳର ଅଧିନାୟକ ଥିଲେ ଧୋନି । ଓପନର ଭାବେ ରୋହିତ ଶର୍ମା ଓ ସଚିନ ତେନ୍ଦୁଲକରଙ୍କୁ ରଖିଛି ୱିଜଡେନ୍‌ । କେବଳ ଭାରତ ନୁହେଁ, ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓପନର କୁହାଯାଉଥିବା ବୀରେନ୍ଦ୍ର ସେହ୍ୱାଗଙ୍କୁ ଦଳରେ ରଖାଯାଇ ନାହିଁ । ତିନି ନମ୍ବର ସ୍ଥାନରେ ସୌରଭ ଗାଙ୍ଗୁଲି ଅଛନ୍ତି । ଚତୁର୍ଥ ନମ୍ବରରେ ବିରାଟ କୋହଲି ସ୍ଥାନ ପାଇଛନ୍ତି । ପଞ୍ଚମ ସ୍ଥାନରେ ବ୍ୟାଟର୍‌ ଭାବେ ଅଲରାଉଣ୍ଡର ଯୁବରାଜ ସିଂହ ଓ ଷଷ୍ଠ ସ୍ଥାନରେ ଧୋନି ୱିଜଡେନ୍‌ ବାଛିଥିବା ଦଳରେ ଅଛନ୍ତି । ଭାରତର ସର୍ବକାଳୀନ ସର୍ବଶ୍ରେଷ୍ଠ ଦିନିକିଆ ଦଳର ଅଧିନାୟକ ଭାବେ ୧୯୮୩ ବିଶ୍ୱକପ ବିଜେତା କପିଳ ଦେବଙ୍କୁ ସ୍ଥାନ ଦେଇଛି ୱିଜଡେନ୍‌ । ଏଥିସହ କପିଳ ଦେବ ସପ୍ତମ ନମ୍ବରରେ ଜଣେ ଅଲରାଉଣ୍ଡର ରୂପେ ଅଛନ୍ତି । ୱିଜଡେନ୍‌ ଅଫ୍‌ ସ୍ପିନର୍‌ ହରଭଜନ ସିଂହ ଓ ଅନିଲ କୁମ୍ବଲେଙ୍କୁ ସ୍ପିନ୍‌ ବୋଲରଙ୍କ ସ୍ଥାନରେ ରଖିଛି । ଜାହିର୍‌ ଖାନ୍‌ ଓ ଜଭଗଲ ଶ୍ରୀନାଥ ଦୃତ ବୋଲର ବିଭାଗରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

one + ten =