କେରାଣ୍ଡି ପଞ୍ଚାୟତରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା

0 102

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସମସ୍ତ ପ୍ରାର୍ଥୀ ଚିହ୍ନ ପାଇଲା ପରେ ନିଜର ପ୍ରଚାର ମଇଦାନରେ ଘରକୁ ଘର ବୁଲି ୱାର୍ଡକୁ ୱାର୍ଡ ବୁଲି ଗାଁକୁ ଗାଁ ବୁଲି ନିଜର ପ୍ରଚାର ପ୍ରସାର କରୁଥିବାର ଦେଖିବାକୁ ମିଳିଛି । ଭୋଟ ଦେବାର ଦିନ ଯେତେ ପାଖେଇ ଆସୁଛି ରାଜନୈତିକ ପାଣିପାଗର ଉଷ୍ଣତା ସେତେ ବୃଦ୍ଧି ପାଇବାରେ ଲାଗିଛି । ପ୍ରାର୍ଥୀଙ୍କୁ ନେଇ ପ୍ରତି ଗାଁ ରେ ୱାର୍ଡରେ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି । ବର୍ତ୍ତମାନ ଏହି ନିର୍ବାଚନରେ କିଛି ଯୁବ ଗୋଷ୍ଠୀ ମଧ୍ୟ ନିର୍ବାଚନର ରଣାଙ୍ଗନରେ ପ୍ରତିଦ୍ୱନ୍ଦିତା କରୁଥିବାର ଦେଖିବାକୁ ମିଳିଛି । ସେମାନେ ଉତ୍ସାହର ସହ ଭୋଟରଙ୍କ ନିକଟକୁ ଯାଇ ନିଜର ଚିହ୍ନ କହି ଓ ଭୋଟରଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପାଇଁ ଚେଷ୍ଟା କରିଛନ୍ତି । କେରାଣ୍ଡି ପଞ୍ଚାୟତରେ ୯ ଜଣ ପ୍ରାର୍ଥୀ ମଧ୍ୟରୁ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି ବୋଲି ପ୍ରତି ଗ୍ରାମରେ ଆଲୋଚନାର ବିଷୟ ପାଲଟିଛି । ତ୍ରିମୁଖୀ ଲଢେ଼ଇରେ ଥିବା ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ସୁନୀଲ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ଏରୁସୁ ଦଣ୍ଡପାଣିଙ୍କ ନାମ ଚର୍ଚ୍ଚାରେ ରହିଛି । ନିର୍ବାଚନ ଭୋଟ ଦେବାର ଦିନ ଯେତେ ପାଖେଇ ଆସୁଛି । ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାରେ ରହୁଛି । ଦେଖା ଯାଉ ଆଗାମୀ ଦିନରେ ତ୍ରିମୂଖୀ ଲଢେଇ ବଦଳରେ ଆଉ କିଛି ପ୍ରାର୍ଥୀ ଆଗକୁ ଚର୍ଚ୍ଚାରେ ରହିବେ ନା ତ୍ରିମୁଖୀ ଲଢେଇ ରହିବ ସମୟ ହିଁ କହିବ ।

hiranchal ad1
Leave A Reply

Your email address will not be published.

14 − 8 =