ଲତାଙ୍କୁ ଝୁରୁଛନ୍ତି ସୋଏବ ଅଖତର, କହିଲେ ରହିଗଲା ବଡ ଅବଶୋଷ

0 112

ନୂଆଦିଲ୍ଲୀ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଭାରତ ରତ୍ନ ହରାଇଛି ଭାରତ । ହେଲେ ତାଙ୍କ ସମସ୍ତ କଥାକୁ ମନେ ପକାଉଛନ୍ତି ପ୍ରିୟଜନ । ଏହାରି ଭିତରେ ନଜର ଆସିଛି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ୍ ଅଖତରଙ୍କ କଥା । ଶୋଏବ ଲତାଙ୍କୁ ମନେପକାଇ ତାଙ୍କ ପ୍ରଶଂସକଙ୍କ ସହ କିଛି ସ୍ମୃତି ବାଣ୍ଟିଛନ୍ତି । ଶୋଏବ କହିଛନ୍ତି ୨୦୧୬ରେ ସେ ମୁମ୍ବାଇ ଆସିଥିଲେ । ହେଲେ ଲତା ମଙ୍ଗେସକରଙ୍କ ସହ ତାଙ୍କର ସାକ୍ଷାତ ହୋଇପାରିନଥିଲା । ଏହା ତାଙ୍କ ଜୀବନର ଏକ ଅବଶୋଷ ବୋଲି ସେ କହିଛନ୍ତି । ତହା ସହ ଶୋଏବ କହିଛନ୍ତି, ମୁଁ ଲତାଙ୍କର ଏକ ବଡ଼ ପ୍ରଶଂସକ । ଲତାଙ୍କୁ ଭେଟି ପାରିନଥିବାରୁ ତାଙ୍କୁ ଫୋନ କରିଥିଲି । ଫୋନରେ କଥା ହେବା ସମୟରେ ଲତା ସ୍ନେହରେ ମୋତେ ମା’ ଡାକିବାକୁ କହିଥିଲେ । ଶୋଏବ ୟୁଟ୍ୟୁବରେ ଲତାଙ୍କୁ ନେଇ ଏପରି କିଛି କହିଥିବା ବେଳେ, ଏହି କଥାକୁ ନେଇ ଅନେକ ପ୍ରଶଂସକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

4 + 20 =