ଛାତ୍ର ବୟସରେ ଚିନ୍ମୟଙ୍କ ସମାଜସେବା ନିଶା

0 251

କିଆକଟା : ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷ କେବଳ ନିଜ ସ୍ୱାର୍ଥ ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି । ନିଜ ବ୍ୟବସାୟ, କାର୍ଯ୍ୟାଳୟ, ପରିବାରିକ ସମସ୍ୟା ଭିତରେ ଛନ୍ଦି ହୋଇ ସମାଜ ଏବଂ ସାମାଜିକ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ଆଜିର ଯୁବପୀଢି । କିନ୍ତୁ ଆଜିବି ଏମିତି କିଛି ଯୁବକ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥକୁ ପଛରେ ପକାଇ ଗରିବ ଅସହାୟଙ୍କ ସେବାକୁ ନିଜର ନିଶା ଭାବରେ ଆଦିର ନେଇଛନ୍ତି । ସେହିଭଳି ଜଣେ ଯୁବକ ହେଉଛନ୍ତି ଆଠମଲ୍ଲିକ ବ୍ଲକର କିଆକଟା ଅଞ୍ଚଳର ଚିନ୍ମୟ କର୍ଣ୍ଣ । ବୟସ ତାଙ୍କର ମାତ୍ର ୨୦ ବର୍ଷ । ତାଙ୍କରି ବୟସର ପିଲା ଖେଳକୁଦ ପ୍ରତି ବିଶେଷ ଧ୍ୟାନ ଦେଉଥିବା ବେଳେ ଚିନ୍ମୟ ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ସେ ସକାଳୁ ଉଠିବା ମାତ୍ରାରେ ରାଜ୍ୟରେ ପ୍ରକାଶ ପାଉଥିବା ଦୈନିକ ଖବରକାଗଜଗୁଡିକୁ ଟିକିନିକି କରି ପଢନ୍ତି । ଖବରକାଗଜଗୁଡିକରେ ବାହାରିଥିବା ଅସହାୟ, ଗରିବଙ୍କ ଉପରେ ଆଧାରିତ ଖବରଗୁଡିକୁ ସଂଗ୍ରହ କରି ଟ୍ୱିଟ୍‌ ମାଧ୍ୟମରେ ସରକାରୀ ଅଧିକାରୀ ଓ ପ୍ରଶାସକଙ୍କ ନିକଟକୁ ପହଞ୍ଚାଇଥାନ୍ତି । କେବେ ଗରିବ ଅସହାୟ ବୃଦ୍ଧାବୃଦ୍ଧଙ୍କ ଭତ୍ତା, ଆବାସ ଯୋଜନା କରାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ତ, ଆଉ କେତେବେଳେ ଅନାଥ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି କରିଥାନ୍ତି । ବିଧବାଙ୍କ ଭତ୍ତା କରାଇବା ଠାରୁ ଆରମ୍ଭ କରି ରୋଗୀଙ୍କ ସହାୟତା ପାଇଁ ସର୍ବଦା ସେ ତତ୍ପରତା ପ୍ରକାଶ କରିଥାନ୍ତି । ଏଣୁ ତାଙ୍କୁ ଅସହାୟଙ୍କ ଆଶାବାଡି କହିଲେ ଅତ୍ୟୁକ୍ତି ହେବ ନାହିଁ ।

hiring

ଲୋକଙ୍କ ସେବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ଚିନ୍ମୟ କୁହନ୍ତି । ଟ୍ୱିଟର, ଫେସବୁକ, ହ୍ୱାଟ୍ସଆପ ଆଦି ସାମାଜିକ ଗଣମାଧ୍ୟମରେ ଅସହାୟଙ୍କ ସମସ୍ୟା ସେୟାର କରି ବିଭାଗୀୟଙ୍କୁ ଦୃଷ୍ଟି ଆକର୍ଷଣ କରିଥାନ୍ତି । ବେଳେବେଳେ ଗଣମାଧ୍ୟମରେ ଖବର ପ୍ରସାରିତ କରି ଗରିବ ଅସହାୟଙ୍କ ସମସ୍ୟାର ସମାଧାନ କରିଥିବା ମଧ୍ୟ ନଜିର ରହିଛି । ତାଙ୍କର ଏହି ସେବା କରିବା ନିଶା କେବଳ ଅନୁଗୋଳ ଓ ଆଠମଲ୍ଲିରେ ସୀମିତ ନୁହେଁ । ରାଜ୍ୟର ବିଭିନ୍ନ ସ୍ଥାନର ସମସ୍ୟାକୁ ସମାଧାନ କରିବାକୁ ସଦା ସର୍ବଦା ଚେଷ୍ଟିତ । ତାଙ୍କର ଏହି ମନୋବୃତ୍ତି ପାଇଁ ବହୁ ସାମାଜିକ ସଂଗଠନ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି । ଛାତ୍ର ବୟସରୁ ତାଙ୍କର ଏହି ସେବା ମନୋବୃତ୍ତିକୁ କିଆକଟା ଅଂଚଳବାସୀ ଖୁବ୍‌ ପ୍ରଶଂସା କରିଛନ୍ତି । କିଆକଟା ଅଂଚଳର ଛାତ୍ର ସମାଜ ପାଇଁ ସେ ଜଣେ ଉଦାହରଣ ବୋଲି ବୁଦ୍ଧିଜିବୀମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

7 + 19 =