ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ଭାରତ ରତ୍ନ ଲତାଙ୍କ ଉଦ୍ଦେଶ୍ୟରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା

0 61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ମୃତ୍ୟୁରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ଛାତ୍ରଛାତ୍ରୀ ମାନେ ସରସ୍ୱତୀ ଶିଶୁ ମନ୍ଦିରଠାରୁ ବାହାରି ରାଜନହର ନିକଟରେ ପହଞ୍ଚି ଥିଲେ । ସେଠାରେ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ଗୁରୁଜୀ ଗୁରୁମା ଲତା ମଙ୍ଗେସକରଙ୍କ ଫଟୋ ଚିତରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଶିକ୍ଷା ବିତ୍ତ ବିଚିତ୍ରା ନନ୍ଦ ବେବର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ,ଜ୍ଞାନୀ ଗୁଣି ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nine − 4 =