ଆଇସିସି ମହିଳା ଦିନିକିଆ ର‍୍ୟାଙ୍କିଙ୍ଗ : ପଞ୍ଚମ ସ୍ଥାନକୁ ଉଠିଲେ ମନ୍ଧଣା

0 53

ନୂଆଦିଲ୍ଲୀ,୮/୨ : ଆଜି ଜାରି ହୋଇଛି ଆଇସିସି ମହିଳା ଦିନିକିଆ ର‍୍ୟାଙ୍କିଙ୍ଗ । ଏଥିରେ ଭାରତୀୟ ଖେଳାଳିଙ୍କୁ ବେଶ ଭଲ ଫାଇଦା ମିଳିଛି । ଭାରତୀୟ ଓପନର ସ୍ମୃତି ମନ୍ଧଣା ଆଉ ଦୁଇଟି ପାହାଚ ଅତିକ୍ରମ କରି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି କ୍ୟାପଟେନ ମିତାଲି ରାଜ୍‌ଙ୍କର ଦ୍ୱିତୀୟ ସ୍ଥାନ ସୁରକ୍ଷିତ ରହିଛି । ଏବେ ମନ୍ଧଣାଙ୍କ ରେଟିଂ ୭୧୦ ଥିବା ବେଳେ ମିତାଲିଙ୍କ ପଏଣ୍ଟ ୭୩୮ ରହିଛି । ତାଲିକାର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଆଲିସା ହିଲ୍ଲୀ । ତାଙ୍କ ପଏଣ୍ଟ ସଂଖ୍ୟା ହେଉଛି ୭୪୨ । ଏହି ଦେଶର ଅନ୍ୟତମ ଖେଳାଳି ବେଥ୍‌ ମୁନୀ(୭୧୯) ଓ ଆମୀ ସ୍ୟାଟରୱେଟ(୭୧୭) ଯତାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି । ଏଲିସ ପେରୀ ଅଲରାଉଣ୍ଡର ବିଭାଗରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଭାବୀ ପ୍ରଦର୍ଶନ ବଳରେ ସେ ଏହି ସଫଳତା ପାଇଛନ୍ତି । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ସେ ଦ୍ୱିତୀୟ ମ୍ୟାଚରେ ୪୦ ବଲରୁ ୬୪ ରନ କରିଥିଲା ବେଳେ ୧୨ ରନ ଦେଇ ୩ଟି ୱିକେଟ ମଧ୍ୟ ନେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । ଏହି ଜବରଦସ୍ତ ପ୍ରଦର୍ଶନ ବଳରେ ସେ ଅଧିକ ୪୭ ପଏଣ୍ଟ ଅର୍ଜନ କରି ଇଂଲଣ୍ଡର ନାଟ୍‌ ସିଭର(୩୬୦)ଙ୍କୁ ପଛରେ ପକାଇ ଏହି ବିଭାଗରେ ନମ୍ବର ୱାନ ହୋଇଛନ୍ତି । ଭରତର ଦୀପ୍ତି ଶର୍ମା ପୂର୍ବପରି ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଗୋସ୍ୱାମୀ ୨୫୧ ପଏଣ୍ଟ ସହ ୧୦ମ ସ୍ଥାନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

9 − one =