ଦେଶରେ ୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୭ ହଜାର ଚାଷୀ

0 52

ନୂଆଦିଲ୍ଲୀ: ଦେଶରେ ୨୦୧୮,୨୦୧୯ ଓ ୨୦୨୦ ଏହି ତିନି ବର୍ଷ ମଧ୍ୟରେ ୧୭ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆତ୍ମହତ୍ୟା ରିପୋର୍ଟ ପ୍ରକାଶ କରିଥାଏ । ରିପୋର୍ଟ ଅନୁଯାୟୀ, ୨୦୧୮ରେ ୫,୭୬୩ କୃଷକ, ୨୦୧୯ରେ ୫,୯୫୭ କୃଷକ ଏବଂ ୨୦୨୦ ରେ ୫,୫୭୯ କୃଷକ ଆତ୍ମହତ୍ୟା କରିଛନ୍ତି । ସେହିପରି ଆଜି ବିରୋଧୀ ଦଳର ସଦସ୍ୟ ଲୋକସଭାରେ ଅଭିଯୋଗ କରିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ମୁଦ୍ରାସ୍ଫୀତି, ବେକାରୀ ଏବଂ କୃଷକ ସମ୍ବନ୍ଧୀୟ ପ୍ରସଙ୍ଗ ପ୍ରତି ଧ୍ୟାନ ଦିଆଯାଇନାହିଁ ଏବଂ ସରକାରଙ୍କ ନୀତି ଉପରେ ସେମାନଙ୍କର ସନ୍ଦେହ ରହିଛି । ବଜେଟ୍‌ ଉପରେ ସାଧାରଣ ଆଲୋଚନାରେ ଅଂଶଗ୍ରହଣ କରି ଶିବସେନାର ସାଂସଦ ଧୈର୍ଯ୍ୟଶୀଳ ମାନେ କହିଛନ୍ତି ଯେ ଆମେ ସରକାରଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ କରୁନାହୁଁ, କିନ୍ତୁ ନୀତି ଉପରେ ସନ୍ଦେହ ରହିଛି । ଶିବସେନା ସାଂସଦ କହିଛନ୍ତି ଯେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସୁନିଶ୍ଚିତ କରିବାର ଦାବି ବଜେଟରେ ଉଲ୍ଲେଖ କରାଯାଇ ନାହିଁ । ଏମଏସପି ଉପରେ ନିଷ୍ପତ୍ତି ନେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =