ଘାତକ ମାଛ ବିରୋଧରେ କେସ୍‌

0 58
hiring

ବିଶାଖାପଟନମ୍‌: ମାଛ ନାଁରେ କେସ୍‌ । ଏହା ଅଜବ ଓ ଅବିଶ୍ୱାସ ଲାଗିପାରେ,କିନ୍ତୁ ଏଭଳି ଘଟଣା ଘଟିଛି । ଏକ ଘାତକ ମାଛ ବିରୋଧରେ ରୁଜୁ ହୋଇଛି ମାମଲା । ଏହି ମାଛ ଆକ୍ରମଣରେ ଜଣେ ଧୀବର ପ୍ରାଣ ହରାଇବା ପରେ ଜଣେ ଆଇନଜୀବୀ ମାଛ ବିରୋଧରେ କେସ୍‌ କରିଛନ୍ତି । ଏଭଳି ଏକ ଅଜବ ଘଟଣା ଘଟିଛି ବିଶାଖାପାଟନମ୍‌ର ପରୱାଡ଼ା ଅଞ୍ଚଳରେ । ଗତ ବୁଧବାର ମତ୍ସ୍ୟଜୀବୀ ଯୋଗନ୍ନା ସମୂଦ୍ରକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରୁଥିବା ସମୟରେ ସମୁଦ୍ର ପାଣି ଅଧିକ ଚହଲିବାକୁ ଲାଗିଲା । ସେ ଭାବିଲେ ତାଙ୍କ ଜାଲରେ ବୋଧେ ଏକ ବଡ ମାଛ ଫସିବାକୁ ଯାଉଛି । ଏତିକି ବେଳେ ଏକ ମାଛ ତାଙ୍କୁ ଆକ୍ରମଣ କରିଥିଲା । ମାଛ କବଳରୁ ଯୋଗାନ୍ନା ବଞ୍ଚି ପାରି ନଥିଲେ । ଯୋଗାନ୍ନାଙ୍କ ସହିତ ଥିବା ଅନ୍ୟ ମତ୍ସ୍ୟଜୀବୀ ସାଥୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ରହିଥିଲେ । ଫଳରେ ମାଛ ବରମ୍ବାର ଯୋଗାନ୍ନାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ସମୁଦ୍ର ଭିତରକୁ ଚାଲି ଯାଇଥିଲା । ସାଥୀ ମତ୍ସ୍ୟଜୀବୀମାନେ ଯୋଗାନ୍ନାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଯୋଗାନ୍ନାଙ୍କୁ ଆକ୍ରମଣ କରିଥିବା ମାଛ ବ୍ଲାକ୍‌ ମିର୍ଲିନ୍‌ ପ୍ରଜାତିର ଏକ ମାଛ । ମାଛ ବିରୋଧରେ ଧାରା ୧୭୪ରେ ମାମଲା ରୁଜୁ ହୋଇଛି ।

hiranchal ad1
Leave A Reply

Your email address will not be published.

11 + eleven =