କଳିଙ୍ଗାରେ ଜିଓ ନେଟୱାର୍କ ସଂଯୋଗ ପାଇଁ ଦାବି

0 73

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତ । ଯାହା ଏକ ମୁଖ୍ୟ ଛକ, ଗଞ୍ଜାମ ଜିଲ୍ଲା ସଂଯୋଗ କରିବା ସହିତ ରାଞ୍ଜି ବିଜୟବାଡ଼ା କରିଡର ସଂଜଗ କରୁଥିବା ବେଳେ କଳିଙ୍ଗା ଘାଟି ଉଠିଲା ପରେ କଳିଙ୍ଗା ଛକରେ ଯାତ୍ରୀବାହୀ ଗାଡି ଅଟକେ । କିନ୍ତୁ ଏହି ସ୍ଥାନରେ ଫୋନ ସେବା ପାଇଁ ବ୍ୟବହୃତ ଉଚିତ ନେଟୱର୍କ ନାହିଁ । ବିଏସ୍‌ଏନ୍‌ଏଲ ନେଟୱାର୍କ ଅଛି କିନ୍ତୁ କାମକୁ ନୁହଁ କେବଳ ୨ଜି ଚାଲୁଛି । ସେଇଟା ମଧ୍ୟ ଲାଇନ ଗଲେ ନେଟୱାର୍କ ଯାଉଛି । ଏହିପରି ଅବସ୍ଥାରେ ଜିଓ ନେଟୱାର୍କ ପାଇଁ ସମସ୍ତ ବ୍ୟବସ୍ଥା ତାରବାଡ଼ି ଠାରେ କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ । ବିଦ୍ୟୁତ ଓ ଜେନେରେଟର ଓ ଅନ୍ୟାନ୍ୟ ସରଞ୍ଜାମ କମ୍ପାନୀ ପକ୍ଷରୁ ରଖାଯାଇଛି, ମଧ୍ୟ ତରବାଡ଼ ଦେଇ ସୁରକ୍ଷା କରାଯାଇଛି କିନ୍ତୁ ରଖିଥିବା ସ୍ଥାନ ଜଙ୍ଗଲରେ ପୂର୍ଣ୍ଣ ହେଲାଣି ଏବଂ ସମସ୍ତ ଯନ୍ତ୍ରପାତି ଗୁଡିକ ଖତ ହେବାକୁ ବସିଲାଣି । ଲକ୍ଷଲକ୍ଷ ଟଙ୍କାର ଜିନିଷ ନଷ୍ଟ ହେଇବସିଲାଣି । ନା ଜନ ସେବାରେ ଆସୁଛି ନା ସଂସ୍ଥା ଏହାର ଫାଇଦା ନେଉଛି ।କଲିଙ୍ଗା ନିବାସୀ ଅନେକ ଥର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିକଟକୁ ଦୌଡ଼ିଦୌଡ଼ି ଥକି ଗଲେଣି କିନ୍ତୁ ମୋବାଇଲ ସେବା ପାଇବାରେ ବିଫଳ ହେଉଛନ୍ତି । କଳିଙ୍ଗା ତାରବାଡ଼ି ଗ୍ରାମରେ ଜିଓ ନେଟୱାର୍କ ସେବା ଯୋଗେଇବା ପାଇଁ ସବୁ ସୁବିଧା କରାଯାଇଛି କିନ୍ତୁ କନେକ୍ସନ କରି ଲୋକମାନଙ୍କ ଉଦ୍ଦେଶ୍ୟରେ ଛଡା ଯାଉନାହିଁ ।ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସମସ୍ତ ପାର୍ଥୀମାନଙ୍କୁ ନେଟୱାର୍କ ବିଷୟରେ ଲୋକମାନେ ଅବଗତ କରାଉଛନ୍ତି ଓ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରାର୍ଥୀ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ବୋଲି । ପିଲାମାନଙ୍କ ନିମନ୍ତେ ଅନଲାଇନ ପାଠପଢା ବା କୌଣସି କାର୍ଯ୍ୟ କିମ୍ବା କିଛି ବିଷୟ ଡାଉନଲୋଡ କରିବା ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଯାତ୍ରୀମାନେ ମଧ୍ୟ ଏହି ସ୍ଥାନରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ରହିଛି । ଅଂଚଳର କିଛି ଲୋକଙ୍କର ଅନଲାଇନ କାମ ପାଇଁ ହେଲେ ୮କିଲୋମିଟର ଉଦୟଗିରି କିମ୍ବା ୧୦ କିଲୋମିଟର ଟିକାବାଲି ଆଡକୁ ଯିବାକୁ ପଡେ । ତେବେ ଏହି ସ୍ଥାନରେ ଜିଓ କମ୍ପାନୀ ସବୁ କାମ ସରେଇଲା ପରେ କାହିଁକି ସଂଯୋଗ କରୁନାହିଁ ବୋଲି ପ୍ରଶ୍ନ ଜନତା କରୁଛନ୍ତି । ତେବେ ତୁରନ୍ତ ଏହି ଜିଓ ସେବା କଳିଙ୍ଗାବାସୀଙ୍କ ନିମନ୍ତେ ଯୋଗେଇବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

2 + 1 =