ବେଭାନଙ୍କ ସହ ତୁଳନା କରିବାରୁ ଏମିତି କହିଲେ ସୂର୍ଯ୍ୟକୁମାର

0 76

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ବାହାରିଥିଲେ ଏବଂ ସେ ପାଞ୍ଚଟି ଚୌକା ସହାୟତାରେ ୩୪ ବଲରୁ ଅପରାଜିତ ୩୬ ରନ୍‌ କରି ଦଳକୁ ୬ ୱିକେଟ୍‌ରେ ଜିତିଥିଲେ । ତାଙ୍କର ଏହି ଇନିଂସ ପରେ ସୂର୍ଯ୍ୟକୁମାରଙ୍କୁ ଅଷ୍ର୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ବେଭାନଙ୍କ ସହ ତୁଳନା କରାଯାଇଛି । ଏହାପୂର୍ବରୁ ସେ ଦିନିକିଆରେ ଭାରତ ପାଇଁ ୩, ୪, ୫ ଏବଂ ୬ ରେ ମଧ୍ୟ ବ୍ୟାଟିଂ କରିଛନ୍ତି । କିନ୍ତୁ ପ୍ରଥମ ଦିନିକିଆ ପରେ ତାଙ୍କୁୁ ବେଭାନଙ୍କ ସହ ତୁଳନା କରିବାରୁ ସୂର୍ଯ୍ୟକୁମାର ପସନ୍ଦ କରିନଥିଲେ । ଭାରତ ଏହି ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ହସି ହସି କହିଥିଲେ ମୋତେ ବେଭାନଙ୍କ ସହ ତୁଳନା ନ କରି ସୂର୍ଯ୍ୟକୁମାର ଭାବେ ରହିବାକୁ ଦିଆଯାଉ । ମୁଁ ଏ ପର୍ଯ୍ୟନ୍ତ ଭାରତ ପାଇଁ ମାତ୍ର ୫ରୁ ୭ ମ୍ୟାଚ୍‌ ଖେଳିଛି ।
ମଙ୍ଗଳବାର ଦିନ ସୂର୍ଯ୍ୟକୁମାର ଭର୍ଚୁୁଆଲ ସାମ୍ବାଦିକ ସମ୍ମିଳନୀକୁ ଆସିବା ପରେ ଜଣେ ସାମ୍ବାଦିକ ତାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯେତେବେଳେ ସେ ହସିବା ବନ୍ଦ କରି ପାରିନଥିଲେ । ସାମ୍ବାଦିକ ଜଣକ ସୁର୍ଯ୍ୟକୁମାରଙ୍କୁ ମାଇକେଲ ବେଭାନଙ୍କ ସହ ତୁଳନା କରିଥିଲେ । କିନ୍ତୁ ସୂର୍ଯ୍ୟକୁମାର ତାଙ୍କ ଉତ୍ତର ସହିତ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି, ‘ସାର୍‌, ମୋତେ ସୂର୍ଯ୍ୟକୁମାର ଯାଦବ ହେବାକୁ ଦିଅନ୍ତୁ, ଅତି କଷ୍ଟରେ ଭାରତ ପାଇଁ ୫-୭ ମ୍ୟାଚ୍‌ ଖେଳିଛି ।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ପରେ ଦ୍ୱିତୀୟ ଦିନିକିଆ ଆଜି ଅର୍ଥାତ୍‌ ବୁଧବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ବିଜୟ ସହ ସିରିଜରେ ଅଗ୍ରଣୀ ହାସଲ କରିବା ଉଦ୍ଦେଶ୍ୟରେ ଭାରତୀୟ ଦଳ ପଡ଼ିଆରେ ପ୍ରବେଶ କରିବ । ଓପନର୍‌ କେ.ଏଲ୍‌ ରାହୁଲ ଦ୍ୱିତୀୟ ଦିନିକିଆରେ ଫେରିପାରନ୍ତି ଏବଂ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ତେବେ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ କରିବାକୁ ସୂର୍ଯ୍ୟକୁମାରଙ୍କୁ କେଉଁ ନମ୍ବରରେ ପଠାଯାଇଛି ତାହା ଦେଖିବା ମଜାଦାର ହେବ ।

hiranchal ad1
Leave A Reply

Your email address will not be published.

7 + 16 =