କ୍ୟାନସର ଚିକିତ୍ସା ପାଇଁ ଆର୍ଚ୍ଚିଡ ଉଦ୍ଭିଦ ଗବେଷଣା ଉପରେ ପିଏଚଡ଼ି

0 118

ସମ୍ବଲପୁର,୯/୨- କ୍ୟାନସର ପରି ଏକ ଭୟଙ୍କର ବ୍ୟାଧିର ନିୟନ୍ତ୍ରଣ ପାଇଁ ଏକ ବିରଳ ଆର୍ଚ୍ଚିଡ ଉଦ୍ଭିଦରେ କିଛି ଔଷଧୀୟ ଗୁଣ ରହିଛି, ଯାହାକି କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ । ଏ ବିଷୟରେ ଗହନ ଗବେଷଣା (ରିସର୍ଚ୍ଚ) ପାଇଁ ସମ୍ବଲପୁର ଝାଡୁଆପଡାର ଝିଅ ଡା ଇପ୍ସିତା ପୂଜାରୀଙ୍କୁ କର୍ଣ୍ଣାଟକସ୍ଥିତ ମଣିପାଲ ସ୍କୁଲ ଅଫ ଲାଇଫ ସାଇନ୍ସ ପକ୍ଷରୁ ପିଏଚଡ଼ି ପ୍ରଦାନ କରାଯାଇଛି । ଇପ୍ସିତା ସମ୍ବଲପୁରରେ ସ୍କୁଲଶିକ୍ଷା ପରେ ପୂର୍ବତନ ଗଙ୍ଗାଧର ମେହେର କଲେଜରେ ପ୍ରାଣୀବିଜ୍ଞାନରେ ଶୀର୍ଷସ୍ଥାନ ରଖି ସ୍ନାତକ ଓ ତାମିଲନାଡୁ ଭେଲୋରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲାପରେ ଉଚ୍ଚଶିକ୍ଷା ପାଇଁ ତାମିଲନାଡୁର ଭେଲୋର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ବାୟୋମେଡିକାଲ ଜେନେଟିକ୍ସରେ ପୁଣି ସ୍ନାତକୋତ୍ତର ଡିଗ୍ରୀ ଏମ.ଟେକ ହାସଲ କଲେ । ଏହାପରେ କର୍ଣ୍ଣାଟକର ମଣିପାଲ ଠାରେ ଦୀର୍ଘ ୭ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଗତ ଜାନୁୟାରୀ ୨୪ ତାରିଖରେ ଉକ୍ତ ବିଷୟରେ ପିଏଚଡ଼ି ଡିଗ୍ରୀ ଅର୍ଜନ କରିଛନ୍ତି । ବର୍ତ୍ତମାନ ଡ଼ା ପୂଜାରୀଙ୍କ ପିତା ଗୋବିନ୍ଦଚନ୍ଦ୍ର ପୂଜାରୀ ଓ ମାତା ଶ୍ରୀମତୀ ସୁରେଖା ପୂଜାରୀ ସପରିବାର ସ୍ଥାନୀୟ ଧନୁପାଲି ମହାବୀରପଡ଼ାରେ ରୁହନ୍ତି ।

hiranchal ad1
Leave A Reply

Your email address will not be published.

8 − 5 =