ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ପ୍ରଶିକ୍ଷିତ ମହିଳା ମାନଙ୍କ ଦ୍ୱାରା ଅଗରବତୀ ଓ ଫିନାଇଲ ନିର୍ମାଣ

0 130

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଜଙ୍ଗଲପାଡୁ ଗ୍ରାମରେ ଅଗରବତୀ ଓ ଫିନାଇଲ ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଗତ ୧ ତାରିଖରୁ ଚାଲୁଅଛି ।
ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗୋସାଣି ବ୍ଲକର ବଡ ଗୋସାଣି ଗ୍ରାମ ପଞ୍ଚାୟତର ମୋଟ ୨୮ ଜଣ ସ୍ୱୟଂ ସହାୟିକା ଗ୍ରୁପ ସଦସ୍ୟା ମହିଳା ତାଲିମ ନେଉଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୦.୦୨.୨୦୨୨ ଦିନ ଉଦଯାପନ ହେବ । ବର୍ତ୍ତମାନ ସୁଦ୍ଧା ସମସ୍ତ ପ୍ରତିଭାଗୀ ଅତି ସୁନ୍ଦର ଭାବେ ଅଗରବତୀ ଏବଂ ଫିନାଇଲ ନିର୍ମାଣ ଶିଖି ସାରିଲେଣି । ସମସ୍ତ ଉତ୍ପାଦ ଅନୁଷ୍ଠାନ ରେ ଚାଲୁଥିବା ଆର୍ସେଟି ବଜାରରେ ବିକ୍ରି ପାଇଁ ତା.୧୧.୦୨.୨୦୨୨ରିଖ ଠାରୁ ଉପଲବ୍ଧ ହେବ । ସ୍ୱୟଂ ସହାୟିକା ମାମାନେ ତାଲିମ ପାଇଲା ପରେ ନିଜ ନିଜ ଅଞ୍ଚଳରେ ଅଗରବତୀ ଏବଂ ଫିନାଇଲ ନିର୍ମାଣ କରି ସ୍ୱାବଲମ୍ବି ହେବେ । ଜନ ସାଧାରଣଙ୍କୁ ଅନୁରୋଧ ଆମ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ନିର୍ମିତ ଅଗରବତୀ ଏବଂ ଫିନାଇଲ କିଣି ଆମମାନଙ୍କୁ ଉତ୍ସାହିତ କରିବା ହେବେ ।

hiranchal ad1
Leave A Reply

Your email address will not be published.

two × two =