ବୌଦ୍ଧ ଏନଏସି ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ

0 187

ବୌଦ୍ଧ,୧୦/୨- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶକ୍ରମେ ଆଜି ଏନଏସି କାର୍ଯ୍ୟାଳୟର ମିଟିଂହଲ୍‌ରେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ଦଳର ପ୍ରତିନିଧି, ସାମ୍ବାଦିକମାନଙ୍କୁ ସୂଚନା ଦେଇ କୁହାଯାଇଥିଲା ଯେ ଜାନୁଆରୀ ୨୦୨୨ରେ ପ୍ରକାଶିତ ବିଧାନସଭା ଭୋଟର ତାଲିକାକୁ ଭିତ୍ତିକରି ପ୍ରାଥମିକ ଭୋଟରତାଲିକା ବୌଦ୍ଧ ଏନଏସି କାର୍ଯ୍ୟାଳୟରେ ପ୍ରକାଶନ କରାଯାଇଛି । ସର୍ବସାଧାରଣଙ୍କ ଜାଣିବା ପାଇଁ ଉକ୍ତ ଭୋଟର ତାଲିକା ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧଗଡ କାର୍ଯ୍ୟାଳୟରେ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରକାଶ କରାଯାଇଛି । ଭୋଟରମାନେ ଏହି ତାଲିକାକୁ ଦେଖି ନିଜ ନାମ ସଂପୃକ୍ତ ୱାର୍ଡରେ ଅଛି କି ନାହିଁ ତାହା ଦେଖିପାରିବେ । ଯଦି କୌଣସି ଭୋଟରଙ୍କ ନାମ ବିଧାନସଭା ଭୋଟର ତାଲିକାଭୁକ୍ତ ଥାଇ ୱାର୍ଡୱାରୀ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ସ୍ଥାନ ପ୍ରକାଶ ପାଇପାରିନଥାଏ ତେବ ଭୋଟର ତାଲିକାରେ ନାମଅନ୍ତର୍ଭୁକ୍ତ ସଂଶୋଧନ କରିବାପାଇଁ ଫର୍ମ-୩ରେ ଏନଏସିରେ ଆସନ୍ତା ୧୧ତାରିଖରୁ ୧୬ ତାରିଖ ମଧ୍ୟରେ ଦାଖଲ କରିପାରିବେ । ଯେଉଁମାନଙ୍କ ନାମ ଭୁଲ୍‌ ୱାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବ ସେମାନେ ମଧ୍ୟ ସଂଶୋଧନ ପାଇଁ ଫର୍ମ-୪ରେ ଏହି ଉକ୍ତ ସମୟ ମଧ୍ୟରେ ଦାଖଲ କରିପାରିବେ । ପ୍ରାଥମିକ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କୌଣସି ଭୋଟରଙ୍କ ନାମ ସଂପର୍କରେ ଆପତ୍ତି ଫର୍ମ-୪ରେ ଉପରୋକ୍ତ ତାରିଖ ମଧ୍ୟରେ ଦାଖଲ କରିପାରିବେ । ଫର୍ମ-୩ ଓ ଫର୍ମ -୪ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିନାମୂଲ୍ୟରେ ମିଳିପାରିବ । ଯଦି ନିର୍ଦ୍ଧାରିତ ଛପା ଫର୍ମ ନମିଳେ ତେବେ ତାହାର ଅବିକଳ ନକଲ ହାତଲେଖା, ଅଥବା ଟାଇପ ଏବଂ ଫଟୋକପି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିପାରିବେ ବୋଲି ଏକ ପ୍ରେସ ବିବୃତ୍ତିରେ ବୌଦ୍ଧଗଡ ଏନଏସି ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଜଣାଇଛନ୍ତି । ଆଜିର ଏହି ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ବିଭିନ୍ନ ଦଳର ପ୍ରତିନିଧି, ସାମ୍ବାଦିକ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

12 − 5 =