ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଭାରତ ରତ୍ନ ଲତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0 94

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲତା ମଙ୍ଗେସକରଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ କରାଯାଇଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଦେଶାତ୍ମବୋଧକ ଗୀତ ପୁଷ୍ପାଞ୍ଜଳି ପଟ୍ଟନାୟକ, କୁନା ହଳଧର, ରବିନାରାୟଣ ଦାସ ପ୍ରମୁଖ ଗାନ କରିଥିଲେ । ନିତ୍ୟାନନ୍ଦ ପାଠାଗାରର ସଭାପତି ଗୌରହରି ପଟ୍ଟନାୟକ, ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଓ ଉପଦେଷ୍ଟା ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ସଙ୍ଗୀତ ଜଗତରେ ତାଙ୍କର ସ୍ଥାନ କିଏ ପୂରଣ କରି ପାରିବେ ନାହିଁ । ଅନ୍ୟ ମାନଙ୍କ ମଧ୍ୟରେ କୌଳାସ ପଟ୍ଟନାୟକ, କେପଟେନ ମଲ୍ଲିକା, ଅର୍ଜୁନ ପଟ୍ଟନାୟକ, ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଓ ଅବସର ପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − two =