ବୌଦ୍ଧଜିଲ୍ଲା: ଆଜି ୩୬ ସଂକ୍ରମିତ ଚିହ୍ନଟ, ଗ୍ରାମାଞ୍ଚଳରେ ସଂକ୍ରମଣ ଅଧିକ

0 134

ବୌଦ୍ଧ,୧୦/୨- ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଜିଲ୍ଲାରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକର ପଦ୍ମନପୁର ପଞ୍ଚାୟତ କୁମରଶିଙ୍ଗା ଗ୍ରାମରୁ ଜଣେ, ତେଲିବନ୍ଧ ପଞ୍ଚାୟତ ତେଲିବନ୍ଧ ଗ୍ରାମରୁ ୨ଜଣ, ଟିକରପଡା ପଞ୍ଚାୟତର ବାହାଲପଡା ଗ୍ରାମରୁ ଜଣେ ସଂକ୍ରମିତ ରହିଛନ୍ତି । ସେହିପରି ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ବିରିଗଡରୁ ଜଣେ ଓ ବାମଣ୍ଡା ଗ୍ରାମରୁ ୨ଜଣ, ବନ୍ଧାପଥର ପଞ୍ଚାୟତ ବନ୍ଧାପଥର ଗ୍ରାମରୁ ଜଣେ, ବୀରନରସିଂପୁର ପଞ୍ଚାୟତ ମଙ୍ଗଲପୁର ଓ ବାଲିପୁର ଗ୍ରାମରୁ ଜଣେ ଲେଖାଏଁ, ଧଳପୁର ପଞ୍ଚାୟତ ଧଳପୁର ଗ୍ରାମରୁ ଜଣେ, କୁଶଙ୍ଗ ପଞ୍ଚାୟତ କୁଶଙ୍ଗ ଗ୍ରାମରୁ ଜଣେ, ମହାଲିକପଡା ପଞ୍ଚାୟତ ଭାବାପୁର ଗ୍ରାମରୁ ଜଣେ, ପୀତାମ୍ବରପୁର ପଞ୍ଚାୟତ କାନପୁର ଗ୍ରାମରୁ ଜଣେ, ସାଂପୋଚ ପଞ୍ଚାୟତ ଡିମିରିଝୁଲି ଗ୍ରାମରୁ ୨ଜଣ, ସଙ୍କୁଲେଇ ପଞ୍ଚାୟତ ସଙ୍କୁଲେଇ ଓ ମାଝିସାହି ଗ୍ରାମରୁ ଜଣେ ଲେଖାଏଁ, ତିଲେଶ୍ୱର ପଞ୍ଚାୟତ ଟଭାପଦର ଓ ବୁରୁବୁଡା ଗ୍ରାମରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ବୀରାସିଙ୍ଗପୁର ଗ୍ରାମରୁ ଜଣେ, ବାଞ୍ଜିମୁଣ୍ଡା ଗ୍ରାମରୁ ୨ଜଣ, ଦପଲା ପଞ୍ଚାୟତ ଲଇଡା ଗ୍ରାମରୁ ଜଣେ, ଗୁଡଭେଲିପଦର ଉଚ୍ଛାବାହାଲି ଗ୍ରାମରୁ ଜଣେ, କଣ୍ଟାମାଳ ପଞ୍ଚାୟତ ସର୍ଗିପାଲି ଗ୍ରାମରୁ ଜଣେ, ଖଲିଆପାଲି ପଞ୍ଚାୟତ ଖଲିଆପାଲି ଗ୍ରାମରୁ ଜଣେ, ମନମୁଣ୍ଡା ପଞ୍ଚାୟତ ଭାଲିଆପଦର ଓ କପାସିରା ଗ୍ରାମରୁ ଜଣେ ଲେଖାଏଁ, ରୁଣ୍ଡିମହୁଲ ପଞ୍ଚାୟତ ରୁଣ୍ଡିମହୁଲ ଗ୍ରାମରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

hiring

ସେହିପରି ବୌଦ୍ଧ ଏନଏସି ୱାର୍ଡ ନଂ ୨ର ବଗିଚାସାହି ଓ ପୁରୁଣା ବ୍ଲକ ଛକରୁ ଜଣେ ଲେଖାଏଁ, ୱାର୍ଡ ନଂ ୫ର ସୁଦସାହି ଓ ଡିଏଚଏଚ ବୌଦ୍ଧରୁ ଜଣେ ଲେଖାଏଁ, ୱାର୍ଡ ନଂ ୬ର ବାବୁସାହିରୁ ଜଣେ ସଂକ୍ରମିତ ରହିଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ବୌଦ୍ଧଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୭୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୩୯୪୦ ସୁସ୍ଥ ରହିଥିବା, ୩୨୬ ଜଣ ଚିକିତ୍ସାଧୀନ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

14 − 1 =