ଲଙ୍କାଗଡର ଶିକ୍ଷିତ ଯୁବକ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିଯୁକ୍ତି

0 1,046

ଫୁଲବାଣୀ: ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ଯାହା ପ୍ରମାଣ କରି ଦେଖେଇଛନ୍ତି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ ଗ୍ରାମର ଶିକ୍ଷିତ ଯୁବକ ନିରସିନ୍ଧୁ ଦେଶୀନାୟକ । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇ ନିଜ ଗ୍ରାମକୁ ଗୌରବ ଆଣିବା ସହ ସମଗ୍ର କନ୍ଧମାଳ ଜିଲ୍ଲା ଆଜି ଗର୍ବିତ । ଦୀର୍ଘ ୮ବର୍ଷର ଅକ୍ଲାନ୍ତ ପରିଶ୍ରମର ଫଳ ଆଜି ସେ ହାସଲ କରିଛନ୍ତି । ଏନେଇ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପାଠପଢାର ରୁଚି ସାଙ୍ଗକୁ ବଡ ମଣିଷ ହେବାର ସ୍ୱପ୍ନ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ବଡଭାଇ ଖୀରସିନ୍ଧୁ ଦେଶୀନାୟକଙ୍କ ପ୍ରେରଣା ତଥା ତାଙ୍କ ଆଶୀର୍ବାଦ ସହିତ ଏଥିପାଇଁ ତାଙ୍କର ଅହେତୁକ ଆଗ୍ରହ ଗୁରୁଜନମାନଙ୍କ ଆଶୀର୍ବାଦ ହିଁ ମୂଳ କାରଣ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =