ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ଏହି ୪ ଖେଳାଳି

0 97

ଅହମ୍ମଦବାଦ : ଏଠାରେ ଆଜି ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆରେ ଭାରତ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡର ମୁକ୍ତ ହୋଇ ଓପନର ଶିଖର ଧାୱାନ ଦଳକୁ ଫେରିଥିବା ବେଳେ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଶ୍ରେୟସ ଆୟରଙ୍କୁ ମଧ୍ୟ ଆଉ ଏକ ସୁଯୋଗ ଏହି ମ୍ୟାଚରେ ମିଳିଛି । ଅନ୍ୟପକ୍ଷରେ ଆହତରୁ ମୁକ୍ତ ହୋଇଥିବା କୁଲଦୀପ ଯାଦବଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଅନ୍ୟ ପକ୍ଷରୁ ଦୀପକ ହୁଡା ଓ ୟୁଜିଭେନ୍ଦ୍ର ଚହଲଙ୍କୁ ବାଦ୍‌ ଦିଆଯାଇଛି । ଶାର୍ଦୁଲଙ୍କ ସ୍ଥାନରେ ଦୀପକ ଚହରଙ୍କୁ ସୁଯୋଗ ମିଳିଛି । ୱେଷ୍ଟଇଣ୍ଡିଜ ଦଳରେ ଗୋଟିଏ ବଦଳ ହୋଇଛି । ହେସନଙ୍କ ସ୍ଥାନରେ ହେଡନଙ୍କୁ ସୁଯୋଗ ମିଳିଛି । ପୂର୍ବ ମ୍ୟାଚ ପରି ଏହି ମ୍ୟାଚରେ ମଧ୍ୟ ପୁରନ ଇଣ୍ଡିଜ ଦଳର ଅଧିନାୟକ ଦାୟିତ୍ୱ ତୁଳାଉଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜରେ ୨-୦ରେ ଆଗୁଆ ଅଛି ।

hiring
hiranchal ad1
Leave A Reply

Your email address will not be published.

seven + 17 =