ବୌଦ୍ଧରୁ ଆଜି ୨୫ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୪୪୦୪

0 98

ବୌଦ୍ଧ,୧୧/୨- ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଜିଲ୍ଲାରୁ ୨୫ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକର ବଢିଗାଁ ପଞ୍ଚାୟତ ବଢିଗାଁ ଗ୍ରାମରୁ ଜଣେ, ବାଉଁଶୁଣୀ ପଞ୍ଚାୟତ ଜମଘାଟିରୁ ୨ଜଣ, ମୁଣ୍ଡାପଡା ପଞ୍ଚାୟତ ମୁଣ୍ଡାପଡା ଗ୍ରାମରୁ ୨ଜଣ, ମୁର୍ଷୁଣ୍ଢି ପଞ୍ଚାୟତ ଟୁଟୁସିଙ୍ଗା ଗ୍ରାମରୁ ଜଣେ, ପଦ୍ମନପୁର ପଞ୍ଚାୟତ କୁମୁରୁସିଙ୍ଗା ଗ୍ରାମରୁ ଜଣେ, ରକ୍ସା ପଞ୍ଚାୟତ ମହେଶ୍ୱରପିଣ୍ଡା ଗ୍ରାମରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

hiring

ସେହିପରି ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ଭେଜିମାଲ ଗ୍ରାମରୁ ଜଣେ, ଧଳପୁର ପଞ୍ଚାୟତ ଖରସଙ୍କୁଲେଇ ଗ୍ରାମରୁ ଜଣେ, ହରଭଙ୍ଗା ପଞ୍ଚାୟତ କୁଟିଝର ଓ ହରଭଙ୍ଗା ଗ୍ରାମରୁ ଜଣେ ଲେଖାଁଏ, ମଥୁରା ପଞ୍ଚାୟତ କେଳାକଟା ଓ ବଡସୁବଳୟା ଗ୍ରାମରୁ ଜଣେ ଲେଖାଏଁ, ରାମଗଡ ପଞ୍ଚାୟତ କୋଡାପଡା ଗ୍ରାମରୁ ଜଣେ, ସାଂପୋଚ ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମରୁ ଜଣେ, ସରସରା ପଞ୍ଚାୟତ ନାରାୟଣପୁର ଗ୍ରାମରୁ ଜଣେ, ତିଲେଶ୍ୱର ପଞ୍ଚାୟତ ଖଜୁରିଆ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣ୍ଟାମାଳ ବ୍ଲକ କଣ୍ଟାମାଳ ପଞ୍ଚାୟତ ଡୁମାଲପାଲି ଗ୍ରାମରୁ ଜଣେ, କଣ୍ଟାମାଳ ଗ୍ରାମରୁ ୨ଜଣ, ପଲସାଗୋରା ପଞ୍ଚାୟତ ପଲସାଗୋରା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ସହରାଞ୍ଚଳ ୱାର୍ଡ ନଂ ୮ ପୋଡାପଡାରୁ ଜଣେ ଓ ୱାର୍ଡ ନଂ ୧୩ ମର୍ଜାକୁଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

twenty + 4 =