ମୌଳିକ ସୁବିଧାରୁ ବଞ୍ଚିତ ମାଲାନସୁଗା ୧୯ ନମ୍ବର ୱାର୍ଡ ବାସିନ୍ଦା, ଚୁଆଁ ପାଣିରେ ମେଣ୍ଟୁଛି ଶୋଷ

0 56

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତ । ଏହି ପଞ୍ଚାୟତ ଆଦର୍ଶ ପଞ୍ଚାୟତର ମାନ୍ୟତା ମଧ୍ୟ ପାଇଥିଲା ଏବଂ ଏକ ନମ୍ବର ସରପଞ୍ଚ ଭାବରେ ପୂର୍ବତନ ସରପଞ୍ଚଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।ଆଦର୍ଶ ପଞ୍ଚାୟତ କଳିଙ୍ଗାରେ ସବୁ ସୁବିଧା ରହିବା କଥା କିନ୍ତୁ ଏଠାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି ଯାହା କଳିଙ୍ଗା ପଞ୍ଚାୟତର ମାଲାନସୁଗା ଗ୍ରାମ ୧୯ ନମ୍ବର ୱାର୍ଡ । ଏଠାରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଆଦିବାସୀ ଲୋକ ବସବାସ କରନ୍ତି । ଏଠାରେ ମୌଳିକ ସୁବିଧା କିଛି ନାହିଁ । ସରକାରଙ୍କ ଯୋଜନା ଏହି ଲୋକମାନଙ୍କ ନିମନ୍ତେ ସାତ ସପନ । ନା ଅଛି ପିଇବା ପାଣି ନା ଅଛି ଭଲ ରାସ୍ତା । ସୂଚନା ଅନୁସାରେ ଏହି ଗ୍ରାମର ଲୋକମାନେ ସରକାରଙ୍କ ନିକଟରେ ଲିଖିତ ଓ ମୌଖିକ ଭାବରେ ଅଭିଯୋଗ କରି କରି ଥକି ଗଲେଣି କିନ୍ତୁ କେହି ଶୁଣୁ ନାହାଁନ୍ତି । ସେପଟେ ଜନ ପ୍ରତିନିଧିମାନେ ମଧ୍ୟ କେବଳ ପ୍ରତିଶୃତିରେ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିଚାଲିଛନ୍ତି ।

hiring

ଗ୍ରାମବାସୀ ଆଜିବି ସେହି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପିଇବା ପାଣି ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି କିନ୍ତୁ ମାଲାନସୁଗା ୧୯ ନମ୍ବର ୱାର୍ଡର ୭୦ ପରିବାରର ୨୦୦ରୁ ଉଦ୍ଧ୍ୱର୍ ଲୋକମାନଙ୍କ ନିକଟକୁ ପହଞ୍ଚି ପାରୁନାହିଁ ପିଇବା ଆଣି । କେବଳ ଗୋଟିଏ ନଳକୂପ ଥିଲା ତାହା ମଧ୍ୟ ଦୀର୍ଘ ଦିନ ହେବ ଅଚଳ । ବିଲ ମଝିରେ ଚୁଆ ଯାହାକି ଝରଣା ନାହିଁ,ଶୁଖିଗଲାଣି ତାହା ଏକମାତ୍ର ଏବେ ଶାହା ଭରାସା ଲୋକଙ୍କର । ଖରାଦିନ ଆସିଲେ କ’ଣ ବା ନ ହେବ । ରାସ୍ତା ସବୁ ଆଡକୁ କଂକ୍ରିଟ ରାସ୍ତା ହେଲା ବେଳକୁ ଏହି ଗ୍ରାମ କେବଳ ଖାଲ ଢ଼ିପରେ ପୂର୍ଣ୍ଣ, ଏଠାରେ ରାସ୍ତା ମଧ୍ୟ ଗାଁରେ ଭଲ ନ ଥିବା କହିଛନ୍ତି ଗ୍ରାମବାସୀ । ପୂର୍ବରୁ ଅନେକ ସରକାରୀ କର୍ମଚାରୀ,ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ପରିଦର୍ଶନ କରିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସେ ପ୍ରତିଶ୍ରୁତି,ପ୍ରତିଶ୍ରୁତି ରେ ହି ରହିଗଲା । ଏହି ପରି ଅଭିଯୋଗ କରିଛନ୍ତି ମାଲାନସୁଗା ଗ୍ରାମବାସୀ ।

ପଞ୍ଚୟତ ନିର୍ବାଚନ ପାଖେଇ ଆସିଲାଣି । ସବୁ ଆଡେ ସବୁ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଥିବା ବେଳେ ଘରକୁ ଘର ବୁଲି ହାତ ଯୋଡି ଭୋଟ ଦିଅନ୍ତୁ ବୋଲି ନିବେଦନ କରୁଛନ୍ତି ।ଗ୍ରାମାବାସୀଙ୍କ ଅଭିଯୋଗ ଯେ ଯେଉଁ ନେତା ଆମ ପାଇଁ କାମ କରିବ ଓ ଆମକୁ ମୌଳିକ ସୁବିଧା ଯୋଗେଇଦେବ ତାଙ୍କୁ ଭୋଟ ଦେବୁ ନତୁବା ଏହି ପଞ୍ଚାୟତ ନିର୍ବାଚନରେ ଆମେ ଭୋଟ ବର୍ଜନ କରିବୁ ବୋଲି ମାଲାନସୁଗା ଗ୍ରାମବାସୀ କହିଛନ୍ତି । ତେଣୁ ମାଲାନସୁଗା ୧୯ ନମ୍ବର ୱାର୍ଡର ଲୋକମାନଙ୍କ ନିମନ୍ତେ ମୌଳିକ ସୁବିଧା ଯୋଗେଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =