ତୃତୀୟ ବିବାହ କରି ଚର୍ଚ୍ଚାରେ ପାକ୍‌ ସାଂସଦ

0 68

ନୂଆଦିଲ୍ଲୀ ୧୧/୨ : ତୃତୀୟ ବିବାହ କରି ଚର୍ଚ୍ଚାରେ ଏବେ ପାକିସ୍ତାନୀ ସାଂସଦ ଆମିର ଲିଆକତ ହୁସେନ । ସେ ପିଟିଆଇ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ୪୯ ବର୍ଷୀୟ ସାଂସଦ ୧୮ ବର୍ଷୀୟା ସୟିଦା ଦାନିୟା ଶାହାଙ୍କୁ ବିବାହ କରିବା ଘଟଣା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲିଟିଛି । ବୁଧବାର ବାହାଘର ହୋଇଛି ବୋଲି ଆମିର ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ବୁଧବାର ଆମିରଙ୍କ ଦ୍ୱିତୀୟ ପତ୍ନୀ ମଧ୍ୟ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଇନଷ୍ଟାଗ୍ରାମରେ ତୃତୀୟ ପତ୍ନୀଙ୍କ ସହିତ ଫଟୋ ସେୟାର କରି ଲିଆକତ ଲେଖିଛନ୍ତି “୧୮ ବର୍ଷୀୟା ସୟିଦା ଦାନିଆ ଶାହାଙ୍କ ସହିତ ବିବାହ କରିଛି । ସେ ଦକ୍ଷିଣ ପଞ୍ଜାବର ଲୋଧରଣରେ ଏକ ସାଧାରଣ ପରିବାରରୁ ଆସିଛନ୍ତି । ସେ ବହୁତ ସ୍ନେହୀ, ଖୁବ ସୁନ୍ଦର ଓ ସରଳ । ମୁଁ ମୋର ସମସ୍ତ ଶୁଭଚିନ୍ତକମାନଙ୍କୁ ନିବେଦନ କରୁଛି ସମସ୍ତେ ଆମକୁ ଆଶୀର୍ବାଦ କରନ୍ତୁ । ମୁଁ ଏବେ ଜୀବନର ଖରାପ ସମୟକୁ ପଛରେ ଛାଡ଼ିଛି । ଏହା ଭୁଲ ନିଷ୍ପତ୍ତି ଥିଲା” ।

hiranchal ad1
Leave A Reply

Your email address will not be published.

eight − five =